--:--:--
-- ---
Srishti News

ନୁଆପଡା କଲେଜରେ ଶକ୍ତି ଶ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର

Ganjam (ଗଞ୍ଜାମ)ଦୁର୍ଗା ମାଧବAugust 29, 202630 views
ନୁଆପଡା କଲେଜରେ ଶକ୍ତି ଶ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର
ଶକ୍ତି ଶ୍ରୀ ଯୋଜନା ଓଡ଼ିଶାର ଶିକ୍ଷାନୁଷ୍ଠାନରେ ଛାତ୍ରୀମାନଙ୍କ ସୁରକ୍ଷା ଓ ଆତ୍ମବିଶ୍ୱାସ ବୃଦ୍ଧି ଉପରେ ଗୁରୁତ୍ୱ ଦିଏ। ଏଥିରେ ଆତ୍ମରକ୍ଷା ପ୍ରଶିକ୍ଷଣ ସହିତ ,କମ୍ପାସ ସୁରକ୍ଷା, ସିସିଟିଭି ପରିଚାଳନା ତଥା ବାହ୍ୟ ପରିବେଶ ସୁରକ୍ଷା ର ବ୍ୟବସ୍ଥା ଓ ସଚେତନତା ଭଳି ବିଷୟ ରହିଛି। ସେଭଳି କାର୍ଯ୍ୟ କ୍ରମ ଚିକିଟି ବ୍ଲକ ଅନ୍ତର୍ଗତ ନୂଆପଡା ଶ୍ରୀ ବାଲାଜୀ ମହାବିଦ୍ୟାଳୟ ଶକ୍ତି ଶ୍ରୀ ଆତ୍ମାରକ୍ଷର ଗୋଟେ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଅଛି ଗତ ୨୯/୮/୨୬ ତାରିଖରେ। ଶକ୍ତି ଶ୍ର ଆତ୍ମାରକ୍ଷର ଗୋଟେ ଦିନିଆ ନାରୀ ଅଧିକାର ଶିବିର ରେ ମହାବିଦ୍ୟାଳୟ ର 80 ଜଣ ଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ମହାବିଦ୍ୟାଳୟର ଭାର ପ୍ରାପ୍ତ ଅଧ୍ୟକ୍ଷ ଡାକ୍ତର ସୁଦର୍ଶନ ପଟ୍ଟନାୟକ ତତ୍ଵାବଧାନରେ ଏହି କାଯ୍ୟକ୍ରମଟି ପରିଚାଳିତ ହୋଇଥିଲା। ଏହି କାଯ୍ୟକ୍ରମର ପ୍ରୋଗ୍ରାମ କୋର୍ଡିନେଟର ଥିଲେ ମହାବିଦ୍ୟାଳୟର ଅଧ୍ୟାପିକା ସୁଚିତ୍ରା ମହାନ୍ତି। ଏହି କର୍ମଶାଳାରେ ଆଡ଼ଭୋକେଟ ନୀଳାମ୍ବର ମହାପାତ୍ର ଯୋଗ ଦେଇଥିଲେ।