ଗୋପବନ୍ଧୁ ସେବା ସମିତି ତରଫରୁ ସହାୟତା
Ganjam (ଗଞ୍ଜାମ)ଦୁର୍ଗା ମାଧବ ମହାରଣାAugust 29, 202634 views

ଚିକିଟି, ୨୯/୮
ଚିକିଟି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସେବା ସମିତି ଗଠନ ହୋଇ ଦୁଃସ୍ଥ,ଅଭାବୀ,ମୁମୁର୍ଷୁ ମାନଙ୍କୁ ସହାୟତା କରାଯାଇଥାଏ। ସେଭଳି ଏକ ସେବା ସମିତି ଗୋପବନ୍ଧୁ ସେବା ସମିତି।ସୁରଳ ଗ୍ରାମର ଖଟେଶ୍ୱର ନାୟକ ଏବଂ ତାଙ୍କର ଅଠର ବର୍ଷ ପୁଅ ଲଷ୍ମୀକାନ୍ତ ନାୟକ କୈ।ଣସି ଜଟିଳ ରୋଗରେ ପୀଡିତ ଖବର ଶୁଣି ଉକ୍ତ ସମିତିର ସଭାପତି ଦେବେନ୍ଦ୍ର ରଣା ଙ୍କ ନେତୃତ୍ୱ ରେ ଦଳେ ସ୍ବେଛାସେବୀ ସୁରଳ ପହଂଚି ପୀଡ଼ିତ ଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଚିକିତ୍ସା ଖର୍ଚ୍ଚ ନିମନ୍ତେ ସମିତି ତରଫରୁ ଦଶ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି lସମିତି ର ଉପ ସଭାପତି ଗୋପୀନାଥ ବେହେରା,ପ୍ରଦୀପ ବେହେରା, ସରୋଜିନୀ ଦାସ,ଋତୁରାଜ ଓଡ଼ିଆ, ଦିବାକର ବେହେରା, ଗୌତମ ରଣା ପ୍ରମୁଖ ଉପସ୍ଥିତ ଥିଲେ l
