--:--:--
-- ---
Srishti News

ବୃନ୍ଦାବନପୁର କ୍ଷତିଗ୍ରସ୍ତ ପ୍ରଜାଙ୍କ ସମସ୍ୟା ନେଇ ଜିଏମ୍‌ଙ୍କୁ ଭେଟିଲେ ବିଧାୟକ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 28, 20267 views
ବୃନ୍ଦାବନପୁର କ୍ଷତିଗ୍ରସ୍ତ ପ୍ରଜାଙ୍କ ସମସ୍ୟା ନେଇ ଜିଏମ୍‌ଙ୍କୁ ଭେଟିଲେ ବିଧାୟକ
ତାଳଚେର: ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ ତାଳଚେର ବ୍ଲକ ଅନ୍ତର୍ଗତ ବୃନ୍ଦାବନପୁର ଗ୍ରାମର କ୍ଷତିଗ୍ରସ୍ତ ପ୍ରଜାମାନଙ୍କ ବିଭିନ୍ନ ସମସ୍ୟା ନେଇ ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକ (ଜିଏମ୍‌)ଙ୍କ ସହ ଆଲୋଚନା କରିଛନ୍ତି। ବିଶେଷକରି କ୍ଷତିଗ୍ରସ୍ତ ପ୍ରଜାଙ୍କ ସମସ୍ୟାର ସମାଧାନ, ଗ୍ରାମବାସୀଙ୍କୁ ପ୍ଲଟ୍‌ ପ୍ରଦାନ ଏବଂ ଗ୍ରାମର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ବିଧାୟକ ଶ୍ରୀ ପ୍ରଧାନ ଜିଏମ୍‌ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିସହ ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଆଲୋଚନା କରିଥିଲେ। ବିଧାୟକଙ୍କ ଦ୍ୱାରା ଉପସ୍ଥାପିତ ସମସ୍ତ ବିଷୟକୁ ଜଗନ୍ନାଥ କ୍ଷେତ୍ର ମହାପ୍ରବନ୍ଧକ ଗୁରୁତ୍ୱର ସହ ଗ୍ରହଣ କରିଥିବାବେଳେ ଯଥାଶୀଘ୍ର ସମସ୍ୟାଗୁଡ଼ିକର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହା ଫଳରେ ବୃନ୍ଦାବନପୁର ଗ୍ରାମର କ୍ଷତିଗ୍ରସ୍ତ ପ୍ରଜାମାନଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି।