ଖୋର୍ଦ୍ଧାରେ ୨୧.୮ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
Khordha (ଖୋର୍ଦ୍ଧା)ରିପୋର୍ଟ୍ - ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାAugust 27, 202650 views

ଖୋର୍ଦ୍ଧା: ଗଞ୍ଜେଇ ଚୋରାଚାଲାଣ ବିରୋଧରେ ଇଣ୍ଡଷ୍ଟ୍ରିଆଲ ଏଷ୍ଟେଟ୍ ଥାନା ପୋଲିସକୁ ବଡ଼ ସଫଳତା ମିଳିଛି। ମହାରଣା ସାହିସ୍ଥିତ ଏକ ଭଡ଼ା ଘରେ ଚଢ଼ାଉ କରି ପୋଲିସ ୩ଟି ଟ୍ରଲି ବ୍ୟାଗ୍ରୁ ମୋଟ ୨୧.୮ କିଲୋଗ୍ରାମ୍ ଗଞ୍ଜେଇ ଜବତ କରିଛି। ଏଥିସହ ଗୋଟିଏ ମୋବାଇଲ୍ ଫୋନ୍ ମଧ୍ୟ ଜବତ ହୋଇଛି।ଘଟଣାରେ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଞ୍ଚଳର ୨୮ ବର୍ଷୀୟ ସୁମନ କୁମାର ବିଶ୍ୱାଳଙ୍କୁ ପୋଲିସ ଗିରଫ କରିଛି। ଏନେଇ ଇଣ୍ଡଷ୍ଟ୍ରିଆଲ ଏଷ୍ଟେଟ୍ ଥାନାରେ NDPS ଆଇନର ଧାରା ୨୦(b)(ii)(c) ଅନୁଯାୟୀ ମାମଲା ରୁଜୁ ହୋଇଛି।
ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ ଏହାର ଚୋରାଚାଲାଣରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।
