ନିଶାମୁକ୍ତ ଭାରତ ଅଭିଯାନରେ ଡ୍ରଗ୍ସ ବିରୋଧୀ ସଚେତନତା କାର୍ଯ୍ୟକ୍ରମ
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାAugust 27, 202626 views

ଖୋର୍ଦ୍ଧା: ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଖୋର୍ଦ୍ଧା ଆଇ.ଇ. ଥାନା ପକ୍ଷରୁ ବାଘେଇଟାଙ୍ଗିସ୍ଥିତ ଇନୋଭେସନ୍ ବିଜନେସ୍ ସ୍କୁଲ୍ରେ ଏକ ଡ୍ରଗ୍ସ ବିରୋଧୀ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରାୟ ୪୫ ଜଣ ଛାତ୍ରଛାତ୍ରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ନିଶାଦ୍ରବ୍ୟ ସେବନର ଭୟାବହ ପରିଣାମ, ଏହା ଦ୍ୱାରା ଯୁବପିଢ଼ି ଓ ସମାଜ ଉପରେ ପଡୁଥିବା କୁପ୍ରଭାବ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା।
ଏଥିସହ ନିଶାଠାରୁ ଦୂରେଇ ରହି ସୁସ୍ଥ, ଦାୟିତ୍ୱବାନ ଓ ସଚେତନ ଜୀବନଶୈଳୀ ଆପଣାଇବାକୁ ଯୁବପିଢ଼ିଙ୍କୁ ପରାମର୍ଶ ଦିଆଯାଇଥିଲା। ଏକ ନିଶାମୁକ୍ତ ସମାଜ ଗଠନ ସହ ଯୁବପିଢ଼ିଙ୍କୁ ନିଶାର କବଳରୁ ସୁରକ୍ଷିତ ରଖିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କୁହାଯାଇଛି।
