ମହମ୍ମଦଙ୍କ ୧୫୦୧ ତମ ଜୟନ୍ତିରେ ଆନ୍ତର୍ଜାତିକ ମାନବଧିକାର ପରିଷଦ ତରଫରୁ ବସ୍ତିର ସର୍ଦାର ଓ ଅନ୍ୟାନ କମିକର୍ତ୍ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛଦେଇ ସମ୍ମାନିତ କରାଯାଇଛି
Kendrapara (କେନ୍ଦ୍ରାପଡ଼ା)ରିପୋର୍ଟର -- କୈଳାଶ ଚନ୍ଦ୍ର ବଳ ପଟ୍ଟାମୁଣ୍ଡାଇAugust 26, 202686 views

ପଟା ମୁଣ୍ଡାଇ ତା ୨୬.୮୨୦୨୬
କେନ୍ଦ୍ରାପଡ଼ା ଜିଲ୍ଲାର ପଟାମୁଣ୍ଡାଇ ପୌର ପରିଷଦରେ ମହମ୍ମଦଙ୍କ ଜୟନ୍ତି ଅବସରରେ ମୁସଲମାନ ଭାଇ ଓ ଭଉଣୀମାନେ ସମବେଦ ହୋଇ ବଜାର ପରିକ୍ରମା କରିଥିଲେ ଏହି ଅବସରରେ ଡାକ ବଙ୍ଗଳା ଠାରେ ଆନ୍ତର୍ଜାତିକ ମାନବଧିକାର ପରିଷଦ ଜିଲ୍ଲା କମିଟ ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ ଯଣାଇଥିଲେ ତତ୍ସହିତ ଜିଲ୍ଲା କମିଟର ସଭାପତି ଏସ୍କେ ମହାନି . ସେଣ୍ଟାଲ ଜୋନର କାର୍ଯ୍ୟକାରୀ ସଭାପତି ସମାଜ ସେବି ନଳିନୀକାନ୍ତ ସ୍ୱାଇଁ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରମୋଦ ଜେନା, ପଟା ମୁଣ୍ଡାଇ ବ୍ଲକସଭାପତି ତଥା ବରିଷ୍ଠ ଉପଦେଷ୍ଟା ରଞ୍ଜନ କୁମାର ରାଉତ, ଜିଲ୍ଲା କମିଟର ବରିଷ୍ଠ ସଭ୍ୟ ହିମାଂଶୁ ମହାନ୍ତି ସମେତ ବହୁ କାର୍ମ କର୍ତ୍ତା ସମାଜ ସେବି ସାମ୍ବାଦିକ ଯୁବ ଛାତ୍ରମାନେ ସାମିଲ ହୋଇଥିଲେ , ପଟାମୁଣ୍ଡାଇ ଏକ ଭାଇ ଚାରାର ସହର ବୋଲି ସମବେଦବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ପରମ୍ପରା ବଜାଇ ରଖିବା ପାଇଁ ସେଣ୍ଟାଲ ଜେ।ନର କାର୍ଯ୍ୟକାରୀ ସଭାପତି ନଳିନୀ କାନ୍ତ ସ୍ୱାଇଁ ସମେତ ଜିଲ୍ଲା ସଭାପତି ଏସ କେ ମହାନି ସମସ୍ତଙ୍କୁ ଆହ୍ଵାନ କରିଥିଲେ ଏହି କାର୍ଯ୍ୟକ୍ରମରେ ବସ୍ତିର ସର୍ଦାର ସେକ ଅବଦୁଲ ବାରିଙ୍କ ସମେତ ବସ୍ତିର ଅନ୍ୟତମ ମୁରବି ଓ ଯୁବବର୍ଗର ସେକ ସରାତୁଲା ସେକ ଇସ୍ମାଇଲି ବରକତ ଅଲ୍ଲୀ ଖାଁ ସେକ ରତନ ଅଲ୍ଲୀ ଅପସର ଅଲ୍ଲୀ ଖାଁ ଆଶାଦ ଅଲ୍ଲୀ ସେକ ଅମୃଲ୍ ସେକ ଜାକିର ହୁସେନ ସେକ ମୁସ୍ମାକଅଲ୍ଲୀ ତଥା ସମାଜ ସେବି ତଥା ଯୁବନେତା ଏସକେ ମଦାନି ସମେତ ବହୁ ଆଗଧାଡିର ମୁରବି ଯୁବବର୍ଗ ଏହାର ନେତୃତ୍ବ ନେଇଥିଲେ ଏହି କାର୍ଯ୍ୟକ୍ରମରେ ଶହ ଶହ ମୁସଲମାନ ଭାଇ ମାନେ ସାମିଲ ହୋଇଥିଲେ ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତକ ମାନବଧିକାର ପରିଷଦର ଜିଲ୍ଲା ସଭାପତି ତଥା ପଟାମୁଣ୍ଡାଇ ପୌର ପରିଷଦର ସଂଗ୍ରାମି ଯୁବନେତା ଏସ କେ ମଦାନି ସମେତ ଉପସ୍ଥିତ . ସମସ୍ତ ଭାଇ ମାନଙ୍କୁ ଗୋଲାପ ଫୁଲ ଦେଇ ଶୁଭେଛା ଅଭିନନ୍ଦନ ଯଣାଇବା ସହିତ ମିଠା ଖୁଆଇ ଖୁସି ମନାଇଥିଲେ ବଜାର ପରିକ୍ରମ ସମୟରେ ପଟାମୁଣ୍ଡାଇ ଆଦର୍ଶ ଥାନା ନୂତନ ଅଧିକାରୀ ମାନସ ମଲ୍ଲିକ ତାଙ୍କର ପୁରା ଟିମ ଆଇନ ଶୃଙ୍ଖଳାକୁ ଶାନ୍ତିପୂର୍ଣ୍ଣ ଭାବେ ସମାପନ କରିଥିଲେ ଶେଷରେ ନୂତନ ଥାନା ଅଧିକାରୀଙ୍କୁ ଆନ୍ତର୍ଜାତିକ ମାନବଧିକାର ପରିଷଦ ତରଫରୁ ଉତ୍ତରିୟ ନେଇ ସମ୍ମାନୀତ କରାଯାଇଥିଲା
