--:--:--
-- ---
Srishti News

ବିଂଝାରପୁରରେ ଧୁମଧାମରେ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ପାଳିତ

Jajpur (ଯାଜପୁର)ବିଂଝାରପୁରରୁ ଉଦୟନାଥ ଜେନାଙ୍କ ରିପୋର୍ଟAugust 26, 202631 views
ବିଂଝାରପୁରରେ ଧୁମଧାମରେ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ପାଳିତ
ଯାଜପୁର: ଯାଜପୁର ଜିଲ୍ଲା ବିଂଝାରପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ଧୁମଧାମରେ ପାଳିତ ହୋଇଛି। ଏହି ଅବସରରେ ଆୟୋଜିତ ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ସମ୍ପ୍ରଦାୟର ଲୋକେ ଯୋଗଦେଇ ସହର ପରିକ୍ରମା କରିଥିଲେ। ଶୋଭାଯାତ୍ରାରେ ଆନନ୍ଦ ଓ ଉତ୍ସାହର ପରିବେଶ ସୃଷ୍ଟି ହୋଇଥିବା ବେଳେ ଭାଇଚାରା ଓ ସାମ୍ପ୍ରଦାୟିକ ସଦ୍‌ଭାବର ବାର୍ତ୍ତା ମଧ୍ୟ ଦେଖିବାକୁ ମିଳିଥିଲା। ବିଭିନ୍ନ ରଙ୍ଗର ଆଲୋକ ସଜ୍ଜା, ସୁସଜ୍ଜିତ ଘୋଡ଼ାଗାଡ଼ି ଏବଂ ବିଭିନ୍ନ ପ୍ରକାରର ପତାକା ଶୋଭାଯାତ୍ରାକୁ ଆକର୍ଷଣୀୟ କରିଥିଲା। ସମଗ୍ର ଅଞ୍ଚଳରେ ଉତ୍ସବମୁଖର ପରିବେଶ ଦେଖାଦେଇଥିବା ବେଳେ ଲୋକମାନେ ଖୁସି ଓ ଆନନ୍ଦର ସହ ଏହି ପର୍ବ ପାଳନ କରିଥିଲେ। ତେବେ ଶୋଭାଯାତ୍ରା ସମୟରେ ଆୟୋଜକ ଓ ଅନ୍ୟମାନେ ବ୍ୟସ୍ତ ଥିବାରୁ କାହାରି ପ୍ରତିକ୍ରିୟା ନିଆଯାଇପାରିନଥିବା ଜଣାପଡ଼ିଛି।