--:--:--
-- ---
Srishti News

ପୋତି ହୋଇଗଲା ଡ୍ରେନ, ବର୍ଷାଜଳରେ ବୁଡ଼ୁଛି ଦୋକାନ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 26, 202676 views
ପୋତି ହୋଇଗଲା ଡ୍ରେନ, ବର୍ଷାଜଳରେ ବୁଡ଼ୁଛି ଦୋକାନ
ତାଳଚେର: ତାଳଚେର ସହର ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥର ରାସ୍ତା ନିର୍ମାଣ ଯୋଗୁଁ ଦୁଇପାର୍ଶ୍ୱର ଡ୍ରେନ ବ୍ୟବସ୍ଥା ବିଗିଡ଼ିଛି। ଲଗାଣ ବର୍ଷାରେ ଡ୍ରେନ ପୋତି ହୋଇଥିବାରୁ ବର୍ଷାଜଳ ନିଷ୍କାସନ ହୋଇନପାରି ଦୋକାନ ଗୁଡ଼ିକରେ ପାଣି ପଶୁଛି। ନୂତନ ରାସ୍ତାର ଉଚ୍ଚତା ବଢ଼ିବା ସହ ଡ୍ରେନର ଉଚ୍ଚତା ମଧ୍ୟ ବଢ଼ୁଥିବାରୁ ଅନେକ ଦୋକାନ ରାସ୍ତାଠାରୁ ନିମ୍ନରେ ରହିଯାଇଛି। ଫଳରେ ସାମାନ୍ୟ ବର୍ଷା ହେଲେ ମଧ୍ୟ ଦୋକାନରେ ପାଣି ପଶୁଥିବା ଅଭିଯୋଗ ହୋଇଛି। ଏଥିରେ ଦୋକାନୀମାନେ ଆର୍ଥିକ କ୍ଷତି ସହିବା ସହ ଦୁର୍ଦ୍ଦଶାରେ ରହିଛନ୍ତି। ତୁରନ୍ତ ଡ୍ରେନ ସଫା କରି ରାଜପଥର ଉଭୟପାର୍ଶ୍ୱରେ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।