5ଟା ଯାଏଁ ଖୋଲା ରହିବା କଥା, ଅପରାହ୍ଣ 4ଟା ପୂର୍ବରୁ ତାଲା ପଡିଲା ଆୟତନ ସ୍ୱାସ୍ଥ୍ୟ କେନ୍ଦ୍ର ରୋଗୀ ସେବା ଠପ୍, ଲୋକେ ହଇରାଣ
Kendrapara (କେନ୍ଦ୍ରାପଡ଼ା)ରିପୋର୍ଟ - ଦିଲ୍ଲୀପ ପରିଡା,ରାଜକନିକାAugust 26, 2026140 views

ରାଜକନିକା: ୨୫/୦୮ ସରକାର ଗାଁ ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନାମ ଦେଉଛନ୍ତି, କିନ୍ତୁ ମାଟିରେ ସ୍ଥିତି ଭିନ୍ନ। କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଆୟତନ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ଆୟୁଷମାନ ଆରୋଗ୍ୟ ସେଣ୍ଟର)ନିର୍ଦ୍ଧାରିତ ସମୟ ପୂର୍ବରୁ ବନ୍ଦ ହୋଇଯାଉଥିବା ଅଭିଯୋଗ ହୋଇଛି।GPS ଫଟୋରେ ସତ ସାମ୍ନାକୁ ଆସିଛି
ଆଜି ଅପରାହ୍ଣ 03:58 ମିନିଟ୍ ସମୟରେ ନିଆଯାଇଥିବା ଜିପିଏସ ମ୍ୟାପ କ୍ୟାମେରା ଫଟୋରେ ଦେଖାଯାଉଛି ଯେ ଆୟତନ ଆରୋଗ୍ୟ ମନ୍ଦିରର ନୀଳ ରଙ୍ଗର ଦୁଇ ପାଲ୍ଲା କବାଟରେ ତାଲା ଝୁଲୁଛି। ଯଦିଓ ଏହି କେନ୍ଦ୍ର ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଖୋଲା ରହିବା କଥା, କିନ୍ତୁ 4ଟା ବାଜିବା ଆଗରୁ ହିଁ କେନ୍ଦ୍ର ବନ୍ଦ ହୋଇଯାଇଛି।
ଫଳରେ ଦୂର ଦୂରାନ୍ତରୁ ଔଷଧ ଓ ଚିକିତ୍ସା ପାଇଁ ଆସିଥିବା ରୋଗୀମାନେ ନିରାଶ ହୋଇ ଫେରିବାକୁ ପଡୁଛି।
ସ୍ଥାନୀୟ ଲୋକେ କୁହନ୍ତି, "ଆୟତନ ଆୟୁଷମାନ ଆରୋଗ୍ୟ କେନ୍ଦ୍ର ପ୍ରାୟ ସମୟ ବନ୍ଦ ରହୁଛି। ଡାକ୍ତର, ନର୍ସ କେହି ସମୟରେ ଆସୁନାହାନ୍ତି। ସରକାର 5ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ନିୟମ କରିଛନ୍ତି କିନ୍ତୁ ଏଠି 3ଟା ବେଳକୁ ତାଲା ପଡିଯାଉଛି। ଆମେ ଗରିବ ଲୋକ କୁଆଡେ ଯିବୁ?"ବର୍ଷା ଓ ବନ୍ୟା ସମୟରେ ଜ୍ୱର, ଝାଡା, ଚର୍ମ ରୋଗ ବଢୁଥିବା ବେଳେ ଏଭଳି ସ୍ୱାସ୍ଥ୍ୟ କେନ୍ଦ୍ର ବନ୍ଦ ରହିବା ଚିନ୍ତାର ବିଷୟ।ଏ ନେଇ ସ୍ଥାନୀୟ ବୁଦ୍ଧିଜୀବୀମାନେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (CDMO) ଏବଂ ରାଜକନିକା ବ୍ଲକ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ । ତୁରନ୍ତ କେନ୍ଦ୍ରକୁ ନିୟମିତ ସମୟରେ ଖୋଲା ରଖିବା ଓ କର୍ତ୍ତବ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି।
