--:--:--
-- ---
Srishti News

ଚିଲିକା ଜେଟିରେ ପୁଲିସର ଚଢ଼ାଉ, ବ୍ରାଉନସୁଗାର ସହ ୨ ଗିରଫ

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାAugust 25, 202633 views
ଚିଲିକା ଜେଟିରେ ପୁଲିସର ଚଢ଼ାଉ, ବ୍ରାଉନସୁଗାର ସହ ୨ ଗିରଫ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଚିଲିକା ଜେଟି ନିକଟ ବାଲୁଗାଁ କଲେଜ ପାର୍ଶ୍ୱରେ ବ୍ରାଉନସୁଗାର ବେପାର ନେଇ ସୂଚନା ପାଇ ପୁଲିସ ଚଢ଼ାଉ କରିଛି। ଚଢ଼ାଉ ବେଳେ ୩୦.୦୪ ଗ୍ରାମ ବ୍ରାଉନସୁଗାର ଜବତ ସହ ୨ ଜଣଙ୍କୁ ଗିରଫ କରାଯାଇଛି।ଗିରଫ ବ୍ୟକ୍ତିଙ୍କ ନିକଟରୁ ୨ଟି ମୋବାଇଲ ଫୋନ୍‌ ଓ ଗୋଟିଏ ସ୍କୁଟି ମଧ୍ୟ ଜବତ ହୋଇଛି। ଏନଡିପିଏସ୍‌ ଆଇନରେ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।