--:--:--
-- ---
Srishti News

ପାର୍ବତୀଗିରି ମହିଳା ମହାବିଦ୍ୟାଳୟରେ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ

Bargarh (ବରଗଡ଼)ରିପୋର୍ଟ -ବଂଶୀଧର ନାୟକAugust 25, 20267 views
ପାର୍ବତୀଗିରି ମହିଳା ମହାବିଦ୍ୟାଳୟରେ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ
ବରଗଡ଼- ପାର୍ବତୀଗିରି ମହିଳା ମହାବିଦ୍ୟାଳୟ, ବରଗଡ଼ର କ୍ୟାରିୟର କାଉନସେଲ୍ ପକ୍ଷରୁ SEEDS, Sahu Brothers ଏବଂ CII-MCC ସମ୍ବଲପୁରର ସହଯୋଗରେ ଆଜି ଏକ ବିଶେଷ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଭବିଷ୍ୟତ କ୍ୟାରିୟର ସମ୍ପର୍କରେ ମୂଲ୍ୟବାନ ଦିଗ୍‌ଦର୍ଶନ ଲାଭ କରିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ନନ୍ଦିନୀ ନିରୋଦ ପଣ୍ଡା ସଭାପତିତ୍ୱ କରି ଏକବିଂଶ ଶତାବ୍ଦୀରେ ଛାତ୍ରୀମାନଙ୍କର ପାରମ୍ପରିକ ଶିକ୍ଷା ସହ ଦକ୍ଷତାର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। କ୍ୟାରିୟର କାଉନସେଲିଂ ଓ ପ୍ଲେସମେଣ୍ଟ ସେଲ୍‌ର ମୁଖ୍ଯ ଡଃ ଗାୟତ୍ରୀ ମିଶ୍ର ଅତିଥିମାନଙ୍କୁ ପରିଚୟ କରାଇବା ସହ ଶିକ୍ଷାନୁଷ୍ଠାନ ଓ ନିଯୁକ୍ତି ଅନୁଷ୍ଠାନ ମଧ୍ଯରେ ଥିବା ପାର୍ଥକ୍ଯ ବିଷୟରେ ଆଲୋକପାତ କରିଥିଲେ। ଏହି ଅବସରରେ Sahu Brothers ପକ୍ଷରୁ କନଭେନର ଶ୍ରୀ ସାକେତ ଶ୍ରୀଭୂଷଣ ସାହୁ ମୁଖ୍ଯଅତିଥି ଭାବେ ଯୋଗଦେଇ ଗାଇଡାନ୍ସ ଅଧିବେଶନର ଉଦ୍ଦେଶ୍ୟ ସମ୍ପର୍କରେ ଛାତ୍ରୀମାନଙ୍କୁ ବୁଝାଇଥିଲେ । CII-MCC ସମ୍ବଲପୁରର କେନ୍ଦ୍ରର ମୁଖ୍ଯ ଶ୍ରୀ ରାହୁଲ ସାହୁ CII-MCC ର କାର୍ଯ୍ୟକଳାପ ଓ ଛାତ୍ରୀମାନଙ୍କ ପାଇଁ ଏହାର ଉପଯୋଗିତା ବିଷୟରେ ଆଲୋଚନା କରିଥିଲେ। କ୍ଯାରିୟର ପରାମର୍ଶଦାତା ସୁଶ୍ରୀ ପ୍ରଜ୍ଞା ପାରମିତା ମହାପାତ୍ର ଛାତ୍ରୀମାନଙ୍କ ପାଇଁ ଉପଲବ୍ଧ ବିଭିନ୍ନ କ୍ୟାରିୟର ସୁଯୋଗ, ନିଯୁକ୍ତି କ୍ଷେତ୍ର, ଦକ୍ଷତା ବିକାଶ, ବୃତ୍ତିଗତ ପ୍ରସ୍ତୁତି ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ବିସ୍ତୃତ ଦିଗ୍‌ଦର୍ଶନ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଡଃ.ପ୍ରତାପ ମହାକୁଡ, ବିଶ୍ବଜିତ ସାହୁ, ଅନୁପମା ଚାନ୍ଦ ଓ ଚୁଳମୁକ୍ତା ପ୍ରଧାନ ସହଯୋଗ କରିଥିଲେ।ଶେଷରେ ଅଧ୍ୟାପକ ଡଃ ପ୍ରଶାନ୍ତ କୁମାର ଦାଶ ଅଧିବେଶନର ସାରାଂଶ ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ।