ସିନ୍ଥେଟିକ୍ ପନିରକୁ ନେଇ ଖାଉଟିଙ୍କ ଚିନ୍ତା
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 25, 202638 views

ବଅଁରପାଳ: କଟକରୁ ଅପମିଶ୍ରିତ ପନିର ଜବତ ଘଟଣା ପରେ ବଅଁରପାଳ, ନାଲକୋ ଅନୁଗୋଳ ଓ ତାଳଚେର ଅଞ୍ଚଳରେ ମଧ୍ୟ ସିନ୍ଥେଟିକ୍ ପନିର ବିକ୍ରିକୁ ନେଇ ଖାଉଟିଙ୍କ ଚିନ୍ତା ବଢ଼ିଛି। ଅସଲି ପନିର ଭଳି ଦେଖାଯାଉଥିବା ଏହି ପନିରରେ ମଇଦା, ଆରାରୁଟ୍, ପାମ୍ ଅଏଲ୍ ଓ ବିଭିନ୍ନ ରାସାୟନିକ ପଦାର୍ଥ ମିଶାଯାଉଥିବା ଅଭିଯୋଗ ହେଉଛି।
କଟକ ଲିଙ୍କ୍ ରୋଡ୍ରୁ ବହୁ ପରିମାଣର ଅପମିଶ୍ରିତ ପନିର ଜବତ ପରେ ଅନ୍ୟ ଅଞ୍ଚଳରେ ମଧ୍ୟ ଖାଦ୍ୟ ନିରାପତ୍ତା ଯାଞ୍ଚ ଦାବି ଜୋର ଧରିଛି। କଟକରୁ ପନିର ଆସି ବଅଁରପାଳ, ନାଲକୋ ଅନୁଗୋଳ ଓ ତାଳଚେର ବଜାରରେ ବିକ୍ରି ହେଉଥିବାରୁ ଏହାର ମାନ ଓ ଉତ୍ସ ଯାଞ୍ଚ କରିବାକୁ ଖାଉଟି ମହଲରେ ଦାବି ହୋଇଛି। ଅସଲି ଓ ନକଲି ପନିର ଚିହ୍ନଟ କରିବା ସାଧାରଣ ଗ୍ରାହକଙ୍କ ପାଇଁ କଷ୍ଟକର ହୋଇଥିବାରୁ ଖାଦ୍ୟ ନିରାପତ୍ତା ବିଭାଗର ନିୟମିତ ଯାଞ୍ଚ ଉପରେ ଏବେ ନଜର ରହିଛି।
