ଏନଟିପିସି ତାଳଚେର ଥର୍ମାଲରେ ସୁରକ୍ଷିତ ନେତୃତ୍ୱ ବୁଟ୍କ୍ୟାମ୍ପ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 25, 202635 views

ତାଳଚେର: ଏନଟିପିସି ତାଳଚେର ଥର୍ମାଲ ପକ୍ଷରୁ ଅଗଷ୍ଟ ୨୧ରୁ ୨୨ ପର୍ଯ୍ୟନ୍ତ ‘ପାଦ ଆଗକୁ’ କାର୍ଯ୍ୟକ୍ରମ ଅଧୀନରେ ଦୁଇଦିନିଆ ସୁରକ୍ଷିତ ନେତୃତ୍ୱ ବୁଟ୍କ୍ୟାମ୍ପ ଆୟୋଜିତ ହୋଇଥିଲା।
ଇଡି/ଏଚ୍ଓପି ବିଜୟ ଚାନ୍ଦଙ୍କ ଉଦ୍ଘାଟନରେ ଆୟୋଜିତ ଏହି ବୁଟ୍କ୍ୟାମ୍ପରେ ଜିଏମ୍, ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇଥିଲେ। ଅଧ୍ୟାପକ ସୋନାଲ ନାଙ୍ଗିଆଙ୍କ ମାର୍ଗଦର୍ଶନରେ ଅଂଶଗ୍ରହଣକାରୀଙ୍କୁ ସୁରକ୍ଷା ନେତୃତ୍ୱ ସମ୍ପର୍କିତ ବ୍ୟବହାରିକ ଶିକ୍ଷା ଓ ବିଭିନ୍ନ ପ୍ରଶିକ୍ଷଣ ଦିଆଯାଇଥିଲା।
କାର୍ଯ୍ୟସ୍ଥଳରେ ସୁରକ୍ଷା ସଂସ୍କୃତିକୁ ସୁଦୃଢ଼ କରିବା, ଶୂନ୍ୟକ୍ଷତି ଲକ୍ଷ୍ୟ ହାସଲ ଏବଂ ପ୍ରତ୍ୟେକ ସ୍ତରରେ ସୁରକ୍ଷିତ ନେତୃତ୍ୱକୁ ପ୍ରୋତ୍ସାହିତ କରିବା ଏହି ବୁଟ୍କ୍ୟାମ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ପଦକ୍ଷେପ ତାଳଚେର ଥର୍ମାଲର ସୁରକ୍ଷା ପ୍ରତିବଦ୍ଧତାକୁ ଆହୁରି ମଜବୁତ କରିବ ବୋଲି ଏନଟିପିସି ପକ୍ଷରୁ କୁହାଯାଇଛି।
