ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ ଖବର
Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁAugust 23, 202639 views

ଆମ ଅଞ୍ଚଳ ତଥା ଭଦ୍ରକ ଜିଲ୍ଲା, ଧାମନଗର ବ୍ଲକ ଅନ୍ତର୍ଗତ ଦଇପୁର ପଞ୍ଚାୟତର ନାରାୟଣପୁର ଗ୍ରାମ ନାଥସାହିର ଚକ୍ରଧର ନାଥଙ୍କ ସାନ ଝିଅ ଇପ୍ସିତାଙ୍କ ଅକାଳ ବିୟୋଗର ଖବର ନିଶ୍ଚିତ ଭାବେ ସମଗ୍ର ଅଞ୍ଚଳବାସୀଙ୍କୁ ଗଭୀର ଭାବେ ମର୍ମାହତ କରିଛି।
ସୂଚନା ଅନୁସାରେ, ଇପ୍ସିତା ରେବ ନଦୀକୁ ଯାଇଥିବା ସମୟରେ ଅଘଟଣାବଶତଃ ପାଣିରେ ଗୋଡ଼ ଖସିଯାଇ ବୁଡ଼ିଯାଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ର ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି।
ଏହି ଅତ୍ୟନ୍ତ ଦୁଃଖଦ ଘଟଣାରେ ଏକ ହସଖୁସିର ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ଜଣେ କୋମଳମତି ଝିଅଙ୍କ ଏଭଳି ଅକାଳ ବିୟୋଗରେ ପରିବାର, ବନ୍ଧୁବାନ୍ଧବ, ପରିଚିତ ଏବଂ ସମଗ୍ର ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।
ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଆମର ଗଭୀର ସମବେଦନା। ଭଗବାନ ଦୁଃଖୀ ପରିବାରକୁ ଏହି ଅପୂରଣୀୟ କ୍ଷତିକୁ ସହିବା ପାଇଁ ଶକ୍ତି ଓ ସାହସ ପ୍ରଦାନ କରନ୍ତୁ—ଏହାହିଁ ଆମର ପ୍ରାର୍ଥନା।
