କବିତା: ♥️🌹 ସମ୍ଭାବନା 🌹♥️
Jajpur (ଯାଜପୁର)ଅନିଲ କୁମାର ଜେନାAugust 21, 202651 views

♥️🌹 ସମ୍ଭାବନା 🌹♥️
ନିଜର ବୋଲି ସେ ଦାବି କରେନା
କି ପର ବୋଲି ମୋତେ ଭାବେନା....
କେଉଁ ସମ୍ପକର ନା ଦେବି ତାକୁ
ଯିଏ ପାଖକୁ ଡାକେନା କି ଦୂର କୁ ଠେଲେନା.....(୧)
ମୋ ଆଖିରେ ଲୁହ ସେ ଦେଖି ପାରେନା
ହେଲେ ନିଜ ହାତରେ ପୋଛି ଦିଏନା.....
ବ୍ୟାକୁଳତା ମୋର ସବୁ ସେ ଜାଣି
ହେଲେ ମନର ନିରବତା କେବେ ଭାଙ୍ଗେନା.....(୨)
ସମୁଦ୍ରରେ ଭାସିଭାସି ନିଜେ ଦୁଃଖ ପାଏ
ହେଲେ ମନର ନିରବତା ବୁଝିପାରେ ନା.....
ମୋ ପାଇଁ ସେ ସାରା ଜଗତ ସାଜିଛି
ହେଲେ ମୋତେ ନିଜ ସଂସାର କେବେ କରେନା....(୩)
ଚାଲୁ ଚାଲୁ ବାଟେ ଅଟକି ସେ ଯାଏ
ହେଲେ ସାଥିହୋଇ ପାଦ ମିଶାଏନା....
ପଛକୁ ଚାହିଁ ସେ ସ୍କିତହାସ୍ୟ ଦିଏ
ହେଲେ ଅପେକ୍ଷା କରି ସେ ରହେନା....(୪)
ମୋ ପ୍ରଶ୍ନର ସବୁ ଉତ୍ତର ସେ ଜଣେ
ହେଲେ ଓଠ ଖୋଲି କିଛି କୁହେ ନା......
ଛାଇପରି ସଦା ସାଥିରେ ସେ ଯାଏ
ହେଲେ ଅନ୍ଧାର ହେଲେ ସେ ଦେଖା ଦିଏନା....(୫)
ମୋ କାନ୍ଧରେ ମଥା ରଖିବାକୁ ଚାହେଁ
ହେଲେ ମୋତେ ନିଜ ଆଶ୍ରୟ ସେ ଭାବେ ନା...
ମୋ ସ୍ବପ୍ନର ସେ ରାଜକୁମାର ଭାବେ
ହେଲେ ମୋ ସ୍ବପ୍ନ କୁ ସେ ସତ କରେନା........ (୬)
ସେ ମୋତେ ହରାଇବାକୁ ଭୟ କରେ
ହେଲେ ମୋ ପାଖରେ ରହିବାକୁ ଜିଦ୍ କରେନା....
ମୋ ଅଭିମନ ସବୁ ସେ ସହିଯାଏ
ହେଲେ ନିଜେ କେବେ ଅଭିମାନ କରେନା... (୭)
ମୋ କଥାରେ ହଜି ଯାଏ ସତ
ହେଲେ ନିଜ ମନ କଥା କେବେ ଖୋଲି କୁହେନା....
ମୋତେ ଚାହିଁଲା ପରେ ସେ ନିଃଶ୍ବାସ ନିଏ
ହେଲେ ମୋ ପାଇଁ କେବେ ସେ ଯିଏନା...... (୮)
ସେ ମୋ ଆକାଶରେ ପୂର୍ଣ୍ଣମୀ ଜହ୍ନ
ମୋ ଅଗଣାରେ କେବେ ଜ୍ୟୋସ୍ନା ବିଛାଏନା.....
ମୋ ପୃଥିବୀର ସେ ସୁନ୍ଦର ରୂତୁ
ହେଲେ ମୋ ବଗିଚାରେ କେବେ ଫୁଲ ଫୁଟାଏନା.......(୯)
ଶେଷରେ ସେ ଏମିତି ବହି ସାଜିଛି
ଯାହାର ପ୍ରତି ପୃଷ୍ଠାରେ କେବଳ ମୁଁ ଅଛି......
ହେଲେ ସେ ବହିର ଶେଷ ସଂପୂର୍ଣ୍ଣ କରିବାକୁ
ସେ କେବେ କଲମ ଉଠାଏନା.....(୧୦)
🌹 ଲିଲିପ୍ତା ପରିଡ଼ା 🌹
