--:--:--
-- ---
Srishti News

ଭଦ୍ରକ ଆରଡି–ତିନିତର ରାସ୍ତାରେ ବନ୍ୟାର ଭୟଙ୍କର ରୂପ

Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁAugust 18, 202662 views
ଭଦ୍ରକ ଆରଡି–ତିନିତର ରାସ୍ତାରେ ବନ୍ୟାର ଭୟଙ୍କର ରୂପ
ଭଦ୍ରକ ଆରଡି–ତିନିତର ରାସ୍ତାରେ ବନ୍ୟାଜଳର ପ୍ରଖର ସ୍ରୋତ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ରାସ୍ତା ଉପରେ ବହୁଥିବା ଉଗ୍ର ବନ୍ୟାସ୍ରୋତରେ ଜଣେ ବ୍ୟକ୍ତି ଭାସିଯାଉଥିବା ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଘଟଣାର ଚିତ୍ର ଦେଖିଲେ ବନ୍ୟାଜଳର ଭୟାବହତା ସ୍ପଷ୍ଟ ବାରି ହେଉଛି। ପ୍ରଖର ସ୍ରୋତ ଥିବା ସମୟରେ ରାସ୍ତା ପାର ହେବା ଅତ୍ୟନ୍ତ ବିପଦଜନକ। ତେଣୁ ସମସ୍ତଙ୍କୁ ଅନୁରୋଧ—ଜୀବନକୁ ବିପଦରେ ପକାଇ ବନ୍ୟାଜଳ ମଧ୍ୟରେ ରାସ୍ତା ପାର ହୁଅନ୍ତୁ ନାହିଁ। ଆରଡି–ତିନିତର ରାସ୍ତାରେ ବନ୍ୟାର ଭୟଙ୍କର ରୂପ। ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।