--:--:--
-- ---
Srishti News

ଏଥର ଗଣେଶ ପୂଜାରେ ମୁଖ୍ୟ ଆକର୍ଷଣ ସାଜିବ ପ୍ରେମ ମନ୍ଦିର ବହୁ ଆଡମ୍ବରରେ ଭୂମି ପୂଜନ ସମ୍ପନ୍ନ

Dhenkanal (ଢେଙ୍କାନାଳ)ସୁଶାନ୍ତ କୁମାର ପୋଥାଳAugust 18, 202650 views
ଏଥର ଗଣେଶ ପୂଜାରେ ମୁଖ୍ୟ ଆକର୍ଷଣ ସାଜିବ ପ୍ରେମ ମନ୍ଦିର ବହୁ ଆଡମ୍ବରରେ ଭୂମି ପୂଜନ ସମ୍ପନ୍ନ
ଭୁବନ ୧୭.୮- ଢେ଼ଙ୍କାନାଳ ଜିଲ୍ଲା ଭୁବନ ସହରରେ ଦ୍ୱିତୀୟ ଦଶହରାର ପରିଚୟ ପାଇଥିବା ପ୍ରସିଦ୍ଧ ଗଣେଶ ପୂଜାରେ ଚଳିତ ବର୍ଷ ମୁଖ୍ୟ ଆକର୍ଷଣ ସାଜିବ ବୃନ୍ଦାବନ ପ୍ରେମ ମନ୍ଦିର। ଏଥି ନିମନ୍ତେ ପବିତ୍ର ସିଂହ ସଂକ୍ରାନ୍ତି ତିଥିରେ ହାଇସ୍କୁଲ ପଡ଼ିଆ ( ମିନି ଷ୍ଟାଡିୟମ) ଠାରେ ଆନୁଷ୍ଠାନିକ ଭାବେ ଫ୍ରେଣ୍ଡସିପ କ୍ଲବ୍ ତରଫରୁ ଭୂମି ପୂଜନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି । ସଭାପତି ରାକେଶ ରୋଶନ ପୃଷ୍ଟି କର୍ତ୍ତା ସାଜି ଭୂମି ପୂଜନ କରିଥିଲେ । କ୍ଲବ୍ ସଦସ୍ୟ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଗତ କିଛି ବର୍ଷ ହେଲା ଭୁବନର ନୂତନ ପରିଚୟ ହେଇଛି ପ୍ରସିଦ୍ଧ ଗଣେଶ ପୂଜା । ପୂର୍ବ ବର୍ଷ ଗୁଡ଼ିକ ରେ କେଦାରନାଥ ମନ୍ଦିର, ଶ୍ରୀ ମନ୍ଦିରରେ ମହାପ୍ରଭୁ ଙ୍କ ଗଜାନନ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା ବେଳେ ଗତ ବର୍ଷ ଅଯୋଧ୍ୟା ନିର୍ମିତ ଶ୍ରୀରାମ ମନ୍ଦିର ସାରା ଓଡ଼ିଶାରେ ଆକର୍ଷଣ ର କେନ୍ଦ୍ରବିନ୍ଦୁ ସାଜିଥିଲା । ଚଳିତ ବର୍ଷ ଫ୍ରେଣ୍ଡସିପ କ୍ଲବ୍ ତରଫରୁ ୧୨ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରେମ୍ ମନ୍ଦିର ଆହୁରି ମନୋରମ ହେବ ବୋଲି ଆଶା କରାଯାଉଛି।