ସହରର ଲୋକଙ୍କ ସମସ୍ୟାକୁ ନେଇ ସି ଜି ଏମଙ୍କ ସହିତ ସାକ୍ଷାତ କଲେ ବିଧାୟକ
Rourkela (ରାଉରକେଲା)ବ୍ୟୁରୋ ରିପୋର୍ଟAugust 18, 202639 views

ରାଉରକେଲା : ସମ୍ପ୍ରତି ସହରରେ ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁଁ ନାଳ ନାର୍ଦ୍ଦମାରେ ବର୍ଷା ଜଳ ଜମି ରହିଯିବା କାରଣରୁ ନାଳ ପାଣି ସବୁ ଲୋକଙ୍କ ଘର ଭିତରେ ପଶି ଯାଇଥିଲା । ଯେଉଁଥିପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହାସର ଏକମାତ୍ର କାରଣ ବର୍ଷା ଜଳ ନିଷ୍କାସନ ପାଇଁ ଅତୀତରେ ଥିବା ବ୍ୟବସ୍ଥା ସମ୍ପୁର୍ଣ୍ଣ ଭୁଶୁଡି ପଡିଛି । ଏସବୁ ସମସ୍ୟାର ସମାଧାନ ପାଇଁ ଆଜି ମଧ୍ୟାହ୍ନରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଟାଉନ ଇଞ୍ଜିନିୟରିଙ୍ଗ ବିଭାଗର ସି ଜି ଏମ ଚନ୍ଦ୍ରମୋହନ ଚୁଗଙ୍କୁ ସାକ୍ଷାତ କରି ପ୍ରବଳ ବର୍ଷା ଯୋଗୁଁ ଇସ୍ପାତ ସହରାଞ୍ଚଳରେ ଥିବା ସେକ୍ଟର-୧,୨,୬,୧୫,୧୩,୧୪,୧୫,
୧୬ ସମେତ ଅନ୍ୟାନ୍ୟ ସେକ୍ଟର ଏବଂ ଏହାର ଆଖପାଖରେ ଥିବା ଏକାଧିକ ବସ୍ତି,ଗୋଲ ଘର,ନୂଆ ହିଲଟପ ବସ୍ତି,ଆଜାଦ ବସ୍ତି,ଦକ୍ଷିଣ ରାଉରକେଲା,ସେକ୍ଟର-୨୨,ସେକ୍ଟର-୬ ଅଞ୍ଚଳରେ ଥିବା ମୁଣ୍ଡାରୀ ବସ୍ତି,ପାହାଡ଼ପୁର ବସ୍ତି, ଲୁଆକେରା,ତୁମକେଲା,ବିଶ୍ରା ବନ୍ଧମୁଣ୍ଡା ରାସ୍ତା ଏବଂ ଇସ୍ପାତ ସହରାଞ୍ଚଳରେ ଥିବା ରାସ୍ତାର ଅବସ୍ଥା ସମ୍ବନ୍ଧରେ ଆଲୋଚନା କରିଥିଲେ । ସମସ୍ୟାର ସମାଧାନ ପାଇଁ ଡ୍ରେନେଜ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ରିଙ୍ଗ ରୋଡ଼ରେ ଜଳ ନିଷ୍କାସନ ପାଇଁ ପୂର୍ବ ପରି ରାସ୍ତାର ଉଭୟ ପାର୍ଶ୍ଵରେ ବର୍ଷା ଜଳ ନିଷ୍କାସନ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା ଉପରେ ବିଧାୟକ ଶ୍ରୀ ତନ୍ତୀ ଗୁରୁତ୍ୱାରୋପ ଦେଇଥିଲେ । ବିଧାୟକଙ୍କ ସହ ଆଲୋଚନା ବେଳେ ଇସ୍ପାତ ସହରାଞ୍ଚଳରେ ଥିବା ସମସ୍ତ ବସ୍ତିକୁ ୪ଟି ଯୋନରେ ବିଭକ୍ତ କରି ବସ୍ତିର ସମସ୍ୟାର ସମାଧାନ ପାଇଁ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇ ଟେଣ୍ଡର ହୋଇଛି । ବର୍ଷା କମିଲେ କାର୍ଯ୍ୟ ପ୍ରାରମ୍ଭ ହେବ ବୋଲି ସିଜିଏମ ଶ୍ରୀ ଚୁଗ ବିଧାୟକ ଶ୍ରୀ ତନ୍ତୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଆଜିର ଏହି ଆଲୋଚନା ସମୟରେ ବିରମିତ୍ରପୁ ର ପୂର୍ବତନ ବିଧାୟକ ଶଙ୍କର ଓରାମଙ୍କ ସହିତ ଭାରତୀୟ ଜନତା ପାର୍ଟିର ବହୁ ନେତା ଓ କର୍ମୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।
