ସ୍ବାଧୀନତା ସଂଗ୍ରାମରେ ସାହିତ୍ୟିକଙ୍କ ଅବଦାନ ସମ୍ପର୍କରେ ଆଲୋଚନାଚକ୍ର
Rourkela (ରାଉରକେଲା)ବ୍ୟୁରୋ ରିପୋର୍ଟAugust 18, 202648 views

ରାଉରକେଲା: ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସାରନଗରୀ ଶାଖା ଓ ଫର୍ଟିଲାଇଜର ସ୍ଥିତ ଚିନ୍ମୟ ଏକାଡେମୀ ର ମିଳିତ ଆନୁକୂଲ୍ୟରେ ସ୍ବାଧୀନତା ସଂଗ୍ରାମରେ ସାହିତ୍ୟିକଙ୍କ ଅବଦାନ ସମ୍ପର୍କରେ ଏକ ବୈ।ଦ୍ଧିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଶାଖାର କାର୍ଯ୍ୟକାରୀ ସଭାପତି ଡ ତ୍ରିନାଥ ଦାଶ ମୋହିନୀଙ୍କ ସଭାପତିତ୍ବ, ସହ ସମ୍ପାଦିକା ଶ୍ବେତାଲିନା ଶତପଥୀ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଉରକେଲା କଲେଜର ଓଡ଼ିଆ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ବିଷୟ ବିଶେଷଜ୍ଞ ଭାବେ ଶିକ୍ଷାବିତ୍ ଶାନ୍ତନୁ ମୁଦୁଲି, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ଆଦିତ୍ୟ କୁମାର ଷଡଙ୍ଗୀ ପ୍ରମୁଖ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖିଥିଲେ। ପ୍ରାରମ୍ଭରେ ଶାଖାର ସଭାପତି ଗାନ୍ଧୀ ମହାବିଦ୍ୟାଳୟର ବରିଷ୍ଠ ଓଡ଼ିଆ ବିଭାଗର ମୁଖ୍ୟ ଡ ସୁରେନ୍ଦ୍ର କୁମାର ବେହେରା ଅତିଥି ମାନଙ୍କ ପରିଚୟ ଓ ଆଲୋଚନା ପ୍ରସଙ୍ଗରେ ମତ ରଖି କହିଲେ ଯେ ସାହିତ୍ୟ ହେଉଛି ଆଗ୍ରହ, ଆକାଂକ୍ଷା ଓ ସ୍ବପ୍ନ। ଏହା ସହ ସେ ବିଭିନ୍ନ ସାହିତ୍ୟିକଙ୍କ ସ୍ବାଧୀନତା ସଂଗ୍ରାମରେ ଅବଦାନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ବିଷୟ ବିଶେଷଜ୍ଞ ଶ୍ରୀ ମୁଦୁଲି ତାଙ୍କ ବକ୍ତବ୍ୟରେ କହିଲେ ଯେ ସାହିତ୍ୟ ଏକ ବିରାଟ ସମୁଦ୍ର। ଖଣ୍ଡା ଓ କଲମ ମଧ୍ୟରେ ତୁଳନାତ୍ମକ ଚିତ୍ର ପ୍ରଦାନ କରିବା ସହ ଯୁଗଯୁଗ ଧରି ସାହିତ୍ୟିକ ମାନେ ସମାଜକୁ ସଂସ୍କାରିତ କରିବା ପାଇଁ କଲମ ଚାଳନା କରିଛନ୍ତି ଓ ମଣିଷ କୁ ମଣିଷ ଭଳି ତିଆରି କରିବାରେ ସାହିତ୍ୟର ଆବଶ୍ୟକତା ତଥା ବିଭିନ୍ନ ସାହିତ୍ୟିକ,କବି ଙ୍କ ବିଭିନ୍ନ ଉକ୍ତି ସହ ତତ୍କାଳୀନ ସମୟରେ କିପରି ଜନମାନସକୁ ପ୍ରେରିତ କରିଥିଲା ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟଅତିଥି ଶ୍ରୀ ପାଟ୍ଟଶାଣୀ ମା, ମାତୃଭୂମି,ସ୍ବର୍ଗ ତଥା ବିଦ୍ରୋହ କିପରି ଚାଷ ଜମିରୁ ଆରମ୍ଭ ହୋଇଥିଲା ଓ ୧୯୨୦ ରୁ ଓଡ଼ିଆ ମାନେ କିପରି ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସଭାପତିତ୍ବ କରୁଥିବା ଡ ଦାଶ ମୋହିନୀ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି କହିଲେ ଯେ ବିଶ୍ବରେ ଯେତେ ବିପ୍ଳବ ହୋଇଛି, ସେଥିରେ ସାହିତ୍ୟ ଓ ସାହିତ୍ୟିକଙ୍କ ଭୂମିକା ତଥା ସେମାନଙ୍କ ଲେଖନୀ ଦେଶବାସୀଙ୍କୁ ପ୍ରେରଣା ଯୋଗାଇଛି। ସମ୍ମାନିତ ଅତିଥି ଶ୍ରୀ ଷଡ଼ଙ୍ଗୀ ଗୋପବନ୍ଧୁଙ୍କ ବନ୍ଦିର ଆତ୍ମକଥା ଓ ଉପସଭାପତି ସୁବାସ ଚନ୍ଦ୍ର ପାତ୍ର ପ୍ରାକ୍ କଥନ ସହ ବିଭିନ୍ନ ସାହିତ୍ୟିକଙ୍କ ସମ୍ପର୍କରେ ଆଲୋଚନା କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଅନ୍ୟତମ ସହ ସମ୍ପାଦିକା ଶୁଚିସ୍ମିତା ପଣ୍ଡାଙ୍କ ସଂଯୋଜନାରେ ସର୍ବଶ୍ରୀ ସାହିଲ ପ୍ରଧାନ, କୁଞ୍ଜବିହାରୀ ରାଉତ, ସୁବର୍ଣ୍ଣ ଦତ୍ତ, ବୀଣାପାଣି ସାହୁ, ଆଦିତ୍ୟ କୁମାର ଷଡଙ୍ଗୀ,ଶ୍ବେତଲିନା ଶତପଥୀ ଓ ଶୁଚିସ୍ମିତା ପଣ୍ଡା ପ୍ରମୁଖ ଦେଶାତ୍ମବୋଧକ ଓ ବର୍ଷା ସମ୍ପର୍କିତ କବିତା ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରତିଭା ଦାଶ ମୋହିନୀ, ଜୟନ୍ତୀ ସମାସୀ, ମଧୁସ୍ମିତା ମାର୍ଥା, ରଶ୍ମିତା ବଢ଼େଇ, ବିଷ୍ଣୁପ୍ରିୟା ରାଉତ, ରବିନ୍ଦ୍ରନାଥ ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ରାଉରକେଲା ମହାନଗର ସଂଗଠନ ସମ୍ପାଦକ କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।
