ଅଙ୍ଗନବାଡି କର୍ମୀଙ୍କ ଦାବି ନେଇ BMSର ପ୍ରତିବାଦ
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାAugust 18, 202639 views

ଖୋର୍ଦ୍ଧା: ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ମାନଦେୟ ବୃଦ୍ଧି, ସରକାରୀ କର୍ମଚାରୀର ମାନ୍ୟତା, ପେନସନ, ଅବସରକାଳୀନ ସହାୟତା ଓ ସାମାଜିକ ସୁରକ୍ଷା ଭଳି ବିଭିନ୍ନ ଦାବି ନେଇ ଖୋର୍ଦ୍ଧାରେ ଭାରତୀୟ ମଜଦୁର ସଂଘ (BMS) ପକ୍ଷରୁ ପ୍ରତିବାଦ ଦିବସ ପାଳିତ ହୋଇଛି।ଏହି ଅବସରରେ ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ଏବଂ ସରକାରଙ୍କ ପୂର୍ବ ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବାକୁ BMS ପକ୍ଷରୁ ଦାବି କରାଯାଇଥିଲା। ପରେ ଏନେଇ ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ଅଧିକାର ଏବଂ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ସହ ଦାବିଗୁଡ଼ିକ ଶୀଘ୍ର ପୂରଣ କରିବାକୁ BMS ଦାବି କରିଛି।
