--:--:--
-- ---
Srishti News

ଅଖଣ୍ଡ ଭାରତ ଆଲୋଚନାଚକ୍ର

Rourkela (ରାଉରକେଲା)ବ୍ୟୁରୋ ରିପୋର୍ଟAugust 18, 202621 views
ଅଖଣ୍ଡ ଭାରତ ଆଲୋଚନାଚକ୍ର
ରାଉରକେଲା: ଅଖିଳ ଭାରତୀୟ ସାହିତ୍ୟ ପରିଷଦ ର ମନ୍ଥନ, ରାଉରକେଲା ଏବଂ ନୀଳଶୈଳ ମହାବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ "ଅଖଣ୍ଡ ଭାରତ" ଶୀର୍ଷକ ଆଲୋଚନାଚକ୍ର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଉରକେଲା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ସୁଜାତା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତର ସ୍ୱାଧୀନତା ସମୟରେ ବିଭାଜନର ଦୁର୍ଦ୍ଦଶା ଏବଂ ପରବର୍ତ୍ତୀ ସମୟରେ ଭାରତର ଐକ୍ୟବଦ୍ଧତା କୁ ବଜାୟ ରଖିବାକୁ ବିଭିନ୍ନ ଚେଷ୍ଟା ସମ୍ପର୍କରେ ଆଲୋକପାତ କରିଥିଲେ। ବିଷୟ ବିଶେଷଜ୍ଞ ତଥା ମୁଖ୍ୟବକ୍ତା ବିଶିଷ୍ଟ ସମାଜସେବୀ, ସଂଗଠକ ହରେକୃଷ୍ଣ ମାଝି ଅଖଣ୍ଡ ଭାରତର ଗୌରବମୟ ଇତିହାସ ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ସାମ୍ପ୍ରତିକ ପରିସ୍ଥିତିରେ ଭାରତର ଅଖଣ୍ଡତା କୁ ପୁନଃ ପ୍ରତିଷ୍ଠା ଏକାନ୍ତ ଅପରିହାର୍ଯ୍ୟ ଏବଂ ପ୍ରତ୍ୟେକ ଭାରତୀୟ ଏଥିପାଇଁ ସଂକଳ୍ପବଦ୍ଧ ହେବା ପାଇଁ ଆହ୍ୱାନ ଦେଇଥିଲେ। ଏହି ସମାବେଶରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀକାନ୍ତ ଷଡ଼ଙ୍ଗୀ ସଭାପତିତ୍ବ କରିଥିଲାବେଳେ ଅଧ୍ୟାପିକା ମନୀଷା ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ଅଧ୍ୟାପକ ଓ ଅଧ୍ୟାପିକା ଡ଼ଃ ଲୁନା ଜେନା, ସଞ୍ଜିତ୍ କୁମାର ଭୂୟାଁ, ଅର୍ଚ୍ଚନା ଭୋଇ, ପ୍ରିୟଙ୍କା ପୂର୍ତ୍ତି, ଅନୀତା ଡୁଙ୍ଗ ଡୁଙ୍ଗ, ସୁଶାନ୍ତ କୁମାର କିସାନ୍, ରୀନା ଟେଟେ, ବ୍ୟାସଦେବ ସାହୁ, ଦିପାଞ୍ଜଳୀ ହୋତା, ପ୍ରଜ୍ଞା ପାଣିଗ୍ରାହୀ, ପରିଷଦର ଧରିତ୍ରୀ ପାଇକରାୟ ଏବଂ କର୍ମଚାରୀ ପ୍ରଶାନ୍ତ କୁମାର ମହାପାତ୍ର, ଯୋଗେଶ ପୋଦାର,ସୌମ୍ୟ ରଞ୍ଜନ କର, ଭାଗିରଥୀ ମହାତୋ ପ୍ରମୁଖ ଯୋଗଦାନ କରି ସାଫଲ୍ୟ ମଣ୍ଡିତ କରିଥିଲେ। ଅଧ୍ୟାପିକା ପ୍ରଭା ସୁଚିତା ଏକ୍କା ଧନ୍ୟବାଦ ଅର୍ପଣ କରିଥିଲେ। ସଂଗଠନ ସମ୍ପାଦକ ସାମ୍ବାଦିକ କୁଞ୍ଜ ବିହାରୀ ରାଉତ ମନ୍ଥନ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।