ବଅଁରପାଳରେ ଉତ୍ସାହର ସହ ପାଳିତ ହେଲା ସ୍ୱାଧୀନତା ଦିବସ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 18, 202648 views

ବଅଁରପାଳ: ବଅଁରପାଳ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, କ୍ଲବ ଓ ବିଭିନ୍ନ ସଂଗଠନରେ ୮୦ତମ ସ୍ୱାଧୀନତା ଦିବସ ଉତ୍ସାହର ସହ ପାଳିତ ହୋଇଯାଇଛି।
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସଭାପତି ସତ୍ୟବାନ ବରାହ ପତାକା ଉତ୍ତୋଳନ କରିଥିବା ବେଳେ ପିବିକେ ହାଇସ୍କୁଲରେ ପ୍ରଧାନଶିକ୍ଷକ ପବିତ୍ର ମୋହନ ପ୍ରଧାନ ପତାକା ଉତ୍ତୋଳନ ସହ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ବଅଁରପାଳ ଥାନା, ଗୋତମରା ହାଇସ୍କୁଲ, ବିଶ୍ୱନାଥପୁର ୟୁପି ସ୍କୁଲ, ପିଏସଏସଜେ +୨ ଓ +୩ ମହାବିଦ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ମଧ୍ୟ ପତାକା ଉତ୍ତୋଳନ କରାଯାଇଥିଲା।
ଏହି ଅବସରରେ ବିଦ୍ୟାଳୟଗୁଡ଼ିକରେ ବିଭିନ୍ନ ପ୍ରତିଯୋଗିତା ଓ ପୁରସ୍କାର ବିତରଣ କରାଯାଇଥିଲା। ବନ୍ଦାସ୍ଥିତ ‘ଶେଷ ଜୀବନ ସାଥୀ’ ସଂଗଠନ ପକ୍ଷରୁ କେଦାରଗୌରୀ ଆଶ୍ରମର ଅନ୍ତେବାସୀଙ୍କୁ ନୂତନ ବସ୍ତ୍ର ବଣ୍ଟନ କରାଯାଇ ସ୍ୱାଧୀନତା ଦିବସକୁ ସେବାମୂଳକ ଭାବେ ପାଳନ କରାଯାଇଥିଲା।
