--:--:--
-- ---
Srishti News

ମଧୁବାବୁ ପେନସନ ଯୋଜନା: ୬୩,୮୪୮ ଆବେଦନ ପଡ଼ିରହିଛି, ୧୮ ସୁଦ୍ଧା ଯାଞ୍ଚ ନିର୍ଦ୍ଦେଶ

Bhubaneswar (ଭୁବନେଶ୍ୱର)ରିପୋର୍ଟ: ବିଜୟା ନନ୍ଦ ତ୍ରିପାଠୀ, ଭଞ୍ଜନଗରAugust 17, 202611 views
ମଧୁବାବୁ ପେନସନ ଯୋଜନା: ୬୩,୮୪୮ ଆବେଦନ ପଡ଼ିରହିଛି, ୧୮ ସୁଦ୍ଧା ଯାଞ୍ଚ ନିର୍ଦ୍ଦେଶ
ଭୁବନେଶ୍ୱର: ମଧୁବାବୁ ପେନସନ ଯୋଜନାରେ ଦୀର୍ଘଦିନ ଧରି ପଡ଼ିରହିଥିବା ଆବେଦନଗୁଡ଼ିକର ତୁରନ୍ତ ଯାଞ୍ଚ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ସମ୍ପୃକ୍ତ ବିଭାଗ। ଏନେଇ ବିଭାଗୀୟ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖି ମିଶନ ମୋଡ୍‌ରେ ଆବେଦନଗୁଡ଼ିକର ଯାଞ୍ଚ ଶେଷ କରିବାକୁ କହିଛନ୍ତି। ବିଭାଗୀୟ ସୂଚନା ଅନୁସାରେ, ମଧୁବାବୁ ପେନସନ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୬୩ ହଜାର ୮୪୮ଟି ଆବେଦନ ଯାଞ୍ଚ ଅପେକ୍ଷାରେ ପଡ଼ିରହିଛି। ଯୋଗ୍ୟ ଆବେଦନକାରୀମାନେ ଯେପରି ସରକାରୀ ପେନସନ ସୁବିଧାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ଏହି ଆବେଦନଗୁଡ଼ିକର ଶୀଘ୍ର ଯାଞ୍ଚ ଉପରେ ବିଭାଗ ଗୁରୁତ୍ୱ ଦେଇଛି। ଚିଠିରେ ସ୍ପଷ୍ଟ ଭାବେ ଆସନ୍ତା ୧୮ ତାରିଖ ସୁଦ୍ଧା ସମସ୍ତ ପଡ଼ିରହିଥିବା ଆବେଦନର ଯାଞ୍ଚ ପ୍ରକ୍ରିୟା ଶେଷ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଏଥିପାଇଁ ଜିଲ୍ଲା ଓ ବ୍ଲକ୍ ସ୍ତରରେ ଆବଶ୍ୟକ ପଦକ୍ଷେପ ନେଇ ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ରହିଛି। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଦୀର୍ଘଦିନ ଧରି ପେନସନ ପାଇଁ ଅପେକ୍ଷାରତ ଯୋଗ୍ୟ ହିତାଧିକାରୀମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି।