ନିଃସ୍ୱାର୍ଥପର ଜନସେବକ ଅଭିମନ୍ୟୁ ସାହୁ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 15, 2026103 views

ବଅଁରପାଳ: ସମାଜସେବାକୁ ଜୀବନର ଏକ ବ୍ରତ ଭାବେ ଗ୍ରହଣ କରି ଅସହାୟ, ଗରିବ ଓ ନିରାଶ୍ରୟ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରି ଚର୍ଚ୍ଚାରେ ରହିଛନ୍ତି ବଅଁରପାଳ ଅଞ୍ଚଳର ଯୁବ ସମାଜସେବୀ ଅଭିମନ୍ୟୁ ସାହୁ। ନିଃସ୍ୱାର୍ଥ ଭାବରେ ଲୋକଙ୍କ ସେବା କରିବା ଏବଂ ଅସହାୟଙ୍କ ମୁହଁରେ ହସ ଫୁଟାଇବା ହିଁ ତାଙ୍କ ଜୀବନର ମୁଖ୍ୟ ଲକ୍ଷ୍ୟ ପାଲଟିଛି।
ବଅଁରପାଳ ଅଞ୍ଚଳରେ କୌଣସି ଅସହାୟ, ନିରାଶ୍ରୟ କିମ୍ବା ଦୁଃଖୀ ରଙ୍କିଙ୍କୁ ଦେଖିଲେ ଅଭିମନ୍ୟୁ ନିଜ ସାଧ୍ୟମତେ ସହଯୋଗର ହାତ ବଢ଼ାଇଥାନ୍ତି। ଅସୁବିଧାରେ ପଡ଼ିଥିବା ଲୋକଙ୍କ ପାଖରେ ଠିଆ ହେବା, ତାଙ୍କ ସମସ୍ୟା ବୁଝିବା ଏବଂ ଆବଶ୍ୟକ ସହାୟତା ଯୋଗାଇଦେବା ତାଙ୍କର ନିତିଦିନିଆ କାର୍ଯ୍ୟର ଏକ ଅଂଶ।
ନିଜ ପାଇଁ ନୁହେଁ, ଅନ୍ୟର ଦୁଃଖ ଦୂର କରିବାରେ ଯେଉଁ ଆତ୍ମସନ୍ତୋଷ ମିଳେ, ସେହି ଆନନ୍ଦକୁ ନେଇ ଆଗକୁ ବଢ଼ୁଛନ୍ତି ଅଭିମନ୍ୟୁ। ସୁଖ ହେଉ କି ଦୁଃଖ, ଆବଶ୍ୟକ ସମୟରେ ଲୋକଙ୍କ ପାଖରେ ଛିଡ଼ା ହେବା ତାଙ୍କ ସେବାର ମୂଳମନ୍ତ୍ର। ତାଙ୍କର ଏଭଳି ନିଃସ୍ୱାର୍ଥ ସେବା ମନୋଭାବ ତାଙ୍କୁ ବଅଁରପାଳ ଅଞ୍ଚଳରେ ଜଣେ ପରିଚିତ ଓ ପ୍ରିୟ ଯୁବ ସମାଜସେବୀ ଭାବେ ପରିଚୟ ଦେଇଛି।
ସେବା ହିଁ ଯାହାଙ୍କ ବ୍ରତ, ମାନବିକତା ହିଁ ଯାହାଙ୍କ ପରିଚୟ—ସେହି ନିଃସ୍ୱାର୍ଥପର ଜନସେବକ ଅଭିମନ୍ୟୁ ସାହୁ ଆଜି ଅନେକ ଅସହାୟଙ୍କ ପାଇଁ ଆଶାର ଆଲୋକ ପାଲଟିଛନ୍ତି।
