--:--:--
-- ---
Srishti News

ସୁକିନ୍ଦାଗଡ଼ ବଡ଼ଦାଣ୍ଡରେ ମହାସମାରୋହରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

Jajpur (ଯାଜପୁର)ଅନିଲ କୁମାର ଜେନାAugust 15, 202642 views
ସୁକିନ୍ଦାଗଡ଼ ବଡ଼ଦାଣ୍ଡରେ ମହାସମାରୋହରେ ୮୦ତମ ସ୍ୱାଧୀନତା ଦିବସ ପାଳିତ
*ତ୍ରିରଙ୍ଗା ତଳେ ଏକାଠି ହେଲେ କଂଗ୍ରେସ ନେତା ଓ କର୍ମୀ; ଦେଶପ୍ରେମରେ ମୁଖରିତ ପରିବେଶ* ସୁକିନ୍ଦା, ଦେଶପ୍ରେମ ଓ ଜାତୀୟ ଏକତାର ଭାବନାରେ ସୁକିନ୍ଦାଗଡ଼ସ୍ଥିତ ବଡ଼ଦାଣ୍ଡ ଆଜି ଉତ୍ସବମୁଖର ହୋଇଉଠିଥିଲା। ସୁକିନ୍ଦା କଂଗ୍ରେସ ପକ୍ଷରୁ ଏଠାରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଛି। ଏହି ଅବସରରେ ସୁକିନ୍ଦା ବ୍ଲକ କଂଗ୍ରେସ ସଭାପତି ମଦନମୋହନ ଖୁଣ୍ଟିଆ ଜାତୀୟ ପତାକା ଉତ୍ତୋଳନ କରିଥିଲେ। କାର୍ଯ୍ୟକ୍ରମରେ ରାଇଚରଣ ମହାନ୍ତିଙ୍କ ସମେତ କଂଗ୍ରେସ ଦଳର ବହୁ ନେତା, କର୍ମୀ ଓ ସମର୍ଥକ ଯୋଗଦେଇଥିଲେ। ପତାକା ଉତ୍ତୋଳନ ପରେ ଉପସ୍ଥିତ ସମସ୍ତେ ଜାତୀୟ ସଙ୍ଗୀତ ଗାନ କରି ଦେଶର ସ୍ୱାଧୀନତା ପାଇଁ ତ୍ୟାଗ ଓ ବଳିଦାନ କରିଥିବା ମହାନ ସ୍ୱାଧୀନତା ସଂଗ୍ରାମୀ ଓ ବୀର ସହିଦମାନଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରିଥିଲେ। ଅବସରରେ ବକ୍ତାମାନେ ସ୍ୱାଧୀନତା ଆନ୍ଦୋଳନର ଗୌରବମୟ ଇତିହାସ ଓ ସଂଗ୍ରାମୀମାନଙ୍କ ଅମୂଲ୍ୟ ତ୍ୟାଗକୁ ସ୍ମରଣ କରିଥିଲେ। ଦେଶର ଏକତା, ଅଖଣ୍ଡତା, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସାମାଜିକ ସଦ୍‌ଭାବକୁ ସୁଦୃଢ଼ କରିବା ସହ ଦେଶର ଉନ୍ନତିରେ ପ୍ରତ୍ୟେକ ନାଗରିକ ନିଜ ଦାୟିତ୍ୱ ନିଷ୍ଠାର ସହ ପାଳନ କରିବାକୁ ଆହ୍ୱାନ ଦିଆଯାଇଥିଲା। ତ୍ରିରଙ୍ଗା ପତାକା ତଳେ ଏକାଠି ହୋଇଥିବା କଂଗ୍ରେସ ନେତା ଓ କର୍ମୀମାନଙ୍କ ଉତ୍ସାହ ଏବଂ ଦେଶପ୍ରେମ ସମଗ୍ର ପରିବେଶକୁ ଜାତୀୟତାର ରଙ୍ଗରେ ରଙ୍ଗାଇ ଦେଇଥିଲା। ଗରିମା ଓ ଉତ୍ସାହର ସହ ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମ ଶେଷ ହୋଇଥିଲା।