--:--:--
-- ---
Srishti News

ଦାନଗଦି କଂଗ୍ରେସ ଭବନରେ ଗରିମାର ସହ ୮୦ତମ ସ୍ୱାଧୀନତା ଦିବସ ପାଳିତ

Jajpur (ଯାଜପୁର)ଅନିଲ କୁମାର ଜେନାAugust 15, 202624 views
ଦାନଗଦି କଂଗ୍ରେସ ଭବନରେ ଗରିମାର ସହ ୮୦ତମ ସ୍ୱାଧୀନତା ଦିବସ ପାଳିତ
*ପତାକା ଉତ୍ତୋଳନ କଲେ ସୁକିନ୍ଦା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ବିଭୁଭୂଷଣ ରାଉତ* ଦାନଗଦି, ଦେଶପ୍ରେମ ଓ ଜାତୀୟ ଏକତାର ଭାବନା ମଧ୍ୟରେ ଆଜି ସୁକିନ୍ଦା କଂଗ୍ରେସ ପକ୍ଷରୁ ଦାନଗଦିସ୍ଥିତ କଂଗ୍ରେସ ଭବନ ପରିସରରେ ୮୦ତମ ସ୍ୱାଧୀନତା ଦିବସ ଗରିମାମୟ ପରିବେଶରେ ପାଳିତ ହୋଇଛି। ଏହି ଅବସରରେ ସୁକିନ୍ଦା ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ବିଭୁଭୂଷଣ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପତାକା ଉତ୍ତୋଳନ ପରେ ଉପସ୍ଥିତ କଂଗ୍ରେସ ନେତା ଓ କର୍ମୀମାନେ ଜାତୀୟ ସଙ୍ଗୀତ ଗାନ କରି ସ୍ୱାଧୀନତା ସଂଗ୍ରାମୀ ଓ ବୀର ସହିଦମାନଙ୍କ ତ୍ୟାଗକୁ ସ୍ମରଣ କରିଥିଲେ। କାର୍ଯ୍ୟକ୍ରମରେ ଦାନଗଦି ବ୍ଲକ କଂଗ୍ରେସ ସଭାପତି ଦୟାନିଧି ପଲାଇଙ୍କ ସମେତ ଦଳର ନେତା, କର୍ମୀ ଓ ସମର୍ଥକମାନେ ଉପସ୍ଥିତ ରହିଥିଲେ। ଅବସରରେ ବକ୍ତାମାନେ ଭାରତର ସ୍ୱାଧୀନତା ପଛରେ ରହିଥିବା ମହାନ ସଂଗ୍ରାମୀମାନଙ୍କ ତ୍ୟାଗ, ବଳିଦାନ ଓ ସଂଘର୍ଷକୁ ସ୍ମରଣ କରିଥିଲେ। ସ୍ୱାଧୀନତାର ମୂଲ୍ୟବୋଧକୁ ସୁରକ୍ଷିତ ରଖିବା ସହ ଦେଶର ଏକତା, ଅଖଣ୍ଡତା, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସାମାଜିକ ସଦ୍‌ଭାବକୁ ଆହୁରି ସୁଦୃଢ଼ କରିବା ଉପରେ ମତ ପ୍ରକାଶ କରାଯାଇଥିଲା। ତ୍ରିରଙ୍ଗା ପତାକା ତଳେ ଦେଶପ୍ରେମର ଭାବନାରେ ଏକତ୍ରିତ ହୋଇ କଂଗ୍ରେସ ନେତା ଓ କର୍ମୀମାନେ ଦେଶର ଗୌରବ ଓ ଗଣତାନ୍ତ୍ରିକ ପରମ୍ପରାକୁ ଅକ୍ଷୁଣ୍ଣ ରଖିବା ପାଇଁ ସଂକଳ୍ପ ନେଇଥିଲେ।