ନଢିଆଭଙ୍ଗା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗରିମାର ସହ ୮୦ତମ ସ୍ୱାଧୀନତା ଦିବସ ପାଳିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ସୁକିନ୍ଦା ଯୁବ ବିଜେଡି ନେତା ମୃତ୍ୟୁଞ୍ଜୟ ଦେଓ
Jajpur (ଯାଜପୁର)ଅନିଲ କୁମାର ଜେନାAugust 15, 202620 views

ଦାନଗଦି, ୧୫/୦୮:
ଦେଶପ୍ରେମ, ଜାତୀୟତାବୋଧ ଓ ଉତ୍ସାହର ମାହୋଲ ମଧ୍ୟରେ ଯାଜପୁର ଜିଲ୍ଲା ଦାନଗଦି ବ୍ଲକ୍ ଅନ୍ତର୍ଗତ ନଢିଆଭଙ୍ଗାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ୮୦ତମ ସ୍ୱାଧୀନତା ଦିବସ ଗରିମାମୟ ପରିବେଶରେ ପାଳିତ ହୋଇଛି।
ଏହି ଅବସରରେ ସୁକିନ୍ଦା ଯୁବ ବିଜେଡି ନେତା ମୃତ୍ୟୁଞ୍ଜୟ ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପତାକା ଉତ୍ତୋଳନ ପରେ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଉପସ୍ଥିତ ଅତିଥିମାନେ ଜାତୀୟ ସଙ୍ଗୀତ ଗାନ କରି ଦେଶର ବୀର ସହିଦ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରିଥିଲେ।
ଅବସରରେ ମୁଖ୍ୟ ଅତିଥି ଶ୍ରୀ ଦେଓ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ବଳିଦାନ ଓ ସଂଘର୍ଷକୁ ସ୍ମରଣ କରିଥିଲେ। ଦେଶର ଭବିଷ୍ୟତ ନିର୍ମାଣରେ ଛାତ୍ରଛାତ୍ରୀ ଓ ଯୁବପିଢ଼ିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତବ୍ୟକ୍ତ କରିଥିଲେ। ଛାତ୍ରଛାତ୍ରୀ ମନ ଲଗାଇ ପାଠ ପଢ଼ିବା ସହ ଦେଶର ଏକତା, ଅଖଣ୍ଡତା ଓ ଉନ୍ନତି ପାଇଁ ନିଜକୁ ଉତ୍ସର୍ଗ କରିବାକୁ ସେ ଆହ୍ୱାନ ଦେଇଥିଲେ।
ବିଦ୍ୟାଳୟ ପରିସରରେ ତ୍ରିରଙ୍ଗା ପତାକା ତଳେ ଛାତ୍ରଛାତ୍ରୀଙ୍କ ଉତ୍ସାହ ଓ ଦେଶପ୍ରେମ ସମଗ୍ର ପରିବେଶକୁ ଉତ୍ସବମୁଖର କରିଥିଲା। ସ୍ୱାଧୀନତାର ମହତ୍ତ୍ୱ ଓ ଦେଶ ପ୍ରତି ନାଗରିକଙ୍କ କର୍ତ୍ତବ୍ୟର ବାର୍ତ୍ତା ସହ କାର୍ଯ୍ୟକ୍ରମ ଉତ୍ସାହର ସହ ସମାପ୍ତ ହୋଇଥିଲା।
