କଂଗ୍ରେସ ତରଫରୁ ଧାମନଗର ମେଡିକାଲରେ ଫଳ ବଣ୍ଟନ
Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁAugust 15, 202625 views

ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳର ଜୟନଗର ଛକ ଠାରେ କଂଗ୍ରେସ ଦଳ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଦଳର ବହୁ କର୍ମୀ ଓ ସମର୍ଥକ ଏକତ୍ରିତ ହୋଇ ପତାକା ଉତ୍ତୋଳନ କରିଥିଲେ। ପତାକା ଉତ୍ତୋଳନ ପରେ କଂଗ୍ରେସ କର୍ମୀମାନେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ।
ସେଠାରେ ଚିକିତ୍ସାଧୀନ ରୋଗୀମାନଙ୍କୁ ଫଳ ଓ ପାନୀୟ ଜଳ ବଣ୍ଟନ କରାଯାଇଥିଲା। ରୋଗୀମାନଙ୍କ ସହିତ ସାକ୍ଷାତ କରି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରିବା ସହ ଶୀଘ୍ର ଆରୋଗ୍ୟ କାମନା କରିଥିଲେ କଂଗ୍ରେସ କର୍ମୀମାନେ।
ଏହି ମାନବିକ କାର୍ଯ୍ୟକ୍ରମରେ ସ୍ଥାନୀୟ କଂଗ୍ରେସ ନେତା, କର୍ମୀ ଓ ସମର୍ଥକମାନେ ଉପସ୍ଥିତ ରହି ରୋଗୀମାନଙ୍କ ମଧ୍ୟରେ ଫଳ ଓ ପାନୀୟ ଜଳ ବଣ୍ଟନ କରିଥିଲେ। ସାମାଜିକ ସେବା ଓ ମାନବିକତାର ଏହି ପ୍ରୟାସକୁ ଉପସ୍ଥିତ ଲୋକମାନେ ପ୍ରଶଂସା କରିଥିଲେ।
