--:--:--
-- ---
Srishti News

ଖଡ଼ିପଦାରେ ସାପ କାମୁଡ଼ା ଘଟଣା: ସହାୟତାର ହାତ ବଢ଼ାଇଲେ ଅରବିନ୍ଦ ପତି ଓରଫ ଜୁଗୁନା ନନା

Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁAugust 15, 202634 views
ଖଡ଼ିପଦାରେ ସାପ କାମୁଡ଼ା ଘଟଣା: ସହାୟତାର ହାତ ବଢ଼ାଇଲେ ଅରବିନ୍ଦ ପତି ଓରଫ ଜୁଗୁନା ନନା
ଧାମନଗର: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଖଡ଼ିପଦା ପଞ୍ଚାୟତରେ ଜଣେ ବ୍ୟକ୍ତି ସାପ କାମୁଡ଼ାର ଶିକାର ହେବା ଘଟଣା ଚିନ୍ତାର କାରଣ ପାଲଟିଛି। ଘଟଣା ସମ୍ପର୍କରେ ଖବର ପାଇବା ପରେ ବିଳମ୍ବ ନକରି ତୁରନ୍ତ ସହାୟତା ପାଇଁ ପହଞ୍ଚିଥିଲେ ବିଜେପିର ବରିଷ୍ଠ ନେତା ଶ୍ରୀ ଅରବିନ୍ଦ ପତି, ଯିଏ ସ୍ଥାନୀୟ ଅଞ୍ଚଳରେ ‘ଜୁଗୁନା ନନା’ ଭାବେ ପରିଚିତ। ସୂଚନା ଅନୁସାରେ, ସାପ କାମୁଡ଼ାର ଶିକାର ବ୍ୟକ୍ତିଙ୍କୁ ବୋଟ୍‌ ଯୋଗେ ବେଦପୁରକୁ ଆଣିବା ବ୍ୟବସ୍ଥା କରାଯାଇଥିଲା। ପରେ ଶ୍ରୀ ପତି ନିଜେ ଗାଡ଼ିରେ ରୋଗୀଙ୍କୁ ମେଡିକାଲକୁ ନେଇ ଚିକିତ୍ସା ବ୍ୟବସ୍ଥା କରିଥିଲେ। ବିପଦ ସମୟରେ ତୁରନ୍ତ ସହଯୋଗର ହାତ ବଢ଼ାଇ ରୋଗୀଙ୍କୁ ଚିକିତ୍ସା ପହଞ୍ଚାଇବାରେ ତାଙ୍କ ଭୂମିକାକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି। ବିପଦ ସମୟରେ ଜଣେ ମଣିଷର ଜୀବନକୁ ପ୍ରାଥମିକତା ଦେଇ ସହାୟତା କରିବା ପ୍ରକୃତ ମାନବିକତାର ପରିଚୟ। ଜୁଗୁନା ନନାଙ୍କ ଏହି ପ୍ରୟାସ ମାନବିକତା ଓ ଜନସେବାର ଏକ ଉଦାହରଣ ବୋଲି ଅଞ୍ଚଳବାସୀ କହିଛନ୍ତି।ସାପ କାମୁଡ଼ାର ଶିକାର ବ୍ୟକ୍ତି ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ପ୍ରାର୍ଥନା। ଏହି ମାନବିକ ପ୍ରୟାସ ପାଇଁ ଶ୍ରୀ ଅରବିନ୍ଦ ପତି (ଜୁଗୁନା ନନା)ଙ୍କୁ ହୃଦୟରୁ କୃତଜ୍ଞତା।