--:--:--
-- ---
Srishti News

ଗେଙ୍ଗୁଟି ନଦୀରେ ଭାସି ଚାଷୀ ନିଖୋଜ

Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁAugust 14, 202625 views
ଗେଙ୍ଗୁଟି ନଦୀରେ ଭାସି ଚାଷୀ ନିଖୋଜ
ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ ଅଘଟଣ। ଗେଙ୍ଗୁଟି ନଦୀରେ ହଠାତ୍ ବନ୍ୟାଜଳ ବଢ଼ିବାରୁ ପାଣି ସ୍ରୋତରେ ଭାସି ଯାଇ ଜଣେ ଚାଷୀ ନିଖୋଜ ହୋଇଛନ୍ତି। ନିଖୋଜ ଚାଷୀ ହେଲେ ଧାମନଗର ଥାନା ଅଧୀନ ଆନନ୍ଦପୁର ପଞ୍ଚାୟତ ପାହାଡ଼ପୁର ଯେନାସାହିର ୫୨ ବର୍ଷୀୟ ଗଣେଶ ଯେନା। ସୂଚନା ଅନୁଯାୟୀ, ଆଜି ସକାଳେ ଗଣେଶଙ୍କ ସମେତ ୫ଜଣ ଚାଷୀ ଧାନ ରୋଇବା ପାଇଁ ବିଲକୁ ଯାଇଥିଲେ। କାମ ସାରି ସମସ୍ତେ ଘରକୁ ଫେରୁଥିବା ସମୟରେ ଗେଙ୍ଗୁଟି ନଦୀରେ ହଠାତ୍ ବନ୍ୟାଜଳ ବଢ଼ିଯାଇଥିଲା। ନଦୀ ପାର ହେଉଥିବା ବେଳେ ପ୍ରଖର ପାଣି ସ୍ରୋତରେ ଗଣେଶ ଭାସି ଯାଇଥିଲେ। ଘଟଣା ପରେ ପରିବାର ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ନିଖୋଜ ଗଣେଶଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳ ଓ ପ୍ରଶାସନ ପକ୍ଷରୁ ତଲାସୀ ଅଭିଯାନ ଜାରି ରହିଛି। ଏପଟେ ଗେଙ୍ଗୁଟି ନଦୀ ସମେତ ଧାମନଗର ଅଞ୍ଚଳର ବିଭିନ୍ନ ନଦୀରେ ବନ୍ୟାଜଳ ବଢ଼ିଥିବାରୁ ନଦୀକୂଳିଆ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି।