--:--:--
-- ---
Srishti News

ଜାତୀୟ ରାଜପଥ ମରାମତି ଦାବିରେ ବୀରମିତ୍ରପୁର 12 ଘଣ୍ଟିଆ ବନ୍ଦ ଡାକରା

Rourkela (ରାଉରକେଲା)ଗଣପତି ଦାସAugust 11, 202665 views
ଜାତୀୟ ରାଜପଥ ମରାମତି ଦାବିରେ ବୀରମିତ୍ରପୁର 12 ଘଣ୍ଟିଆ ବନ୍ଦ ଡାକରା
ଆଜି ବୀରମିତ୍ରପୁର ସହର ବନ୍ଦ I ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ 143 ନଂ ଜାତୀୟ ରାଜପଥ କୁ ମଧ୍ୟ ଅବରୋଧ କରାଯାଇଛି I ସକାଳ 6 ଟା ରୁ ସନ୍ଧ୍ୟା 6 ଟା ସମୟ ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି l NHAI ବିଭାଗ ଦ୍ୱାରା ଜାତୀୟ ରାଜପଥ କୁ ମରାମତି କାର୍ଯ୍ୟ ପାଇଁ କୌଣସି ପ୍ରକାର ପଦକ୍ଷେପମ ନ ନିଆଯିବା ରୁ ଏହାର ପ୍ରତିବାଦରେ ବୀରମିତ୍ରପୁର ର ସାଧାରଣ ଜନତା ମିଳିତ ଭାବେ ବନ୍ଦ ଡାକରା ଦେଇଛି । ବୀରମିତ୍ରପୁର ମର୍ଚେନ୍ଟ ଆଶ୍ସୋସିଏସନ , ବୀରମିତ୍ରପୁର ଡ୍ରାଇଭର ମହାସଂଘ, ବୀରମିତ୍ରପୁର ଅଟୋ ଆଶ୍ସୋସିଏସନ ଏବଂ ବିଭିନ୍ନ ସଂଘର ର ସଦସ୍ୟ ଓ ସ୍ଥାନୀୟ ଜନସାଧାରଣ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି l ବୀରମିତ୍ରପୁର ଦେଇ ଯାଇଥିବା ଏହି ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି l ଜାତୀୟ ରାଜପଥ ସ୍ରୁଷ୍ଟି ହୋଇଛି ବଡ ବଡ ଗାତ I ବୀରମିତ୍ରପୁର ତଲାସେରା ଠାରୁ ଓଡିଶା ଝାରଖଣ୍ଡ ବୋର୍ଡର ପର୍ଯ୍ୟନ୍ତ 4 କିମି ରାସ୍ତା ରେ ଚାରି ଶହ ରୁ ଉର୍ଦ୍ଧ ଗର୍ତ୍ତ ସ୍ରୁଷ୍ଟି ହୋଇଛି l ଏହି ରାସ୍ତା ମରାମତି ଦାବିରେ ସମ୍ପୂର୍ଣ୍ଣ ଭାବେ ବନ୍ଦ ପାଳନ କରୁଛି ବୀରମିତ୍ରପୁର ସହର l ବୀରମିତ୍ରପୁର ତଳସରା, ନୂଆ ବସ୍ ଷ୍ଟାଣ୍ଡ, ଚାଇନା ଟାଉନ୍, ଓ ଓଡିଶା ଝାରଖଣ୍ଡ ବର୍ଡର ଦେଇ ଯାଇଥିବା ଜାତୀୟ ରାଜପଥ କୁ ସମ୍ପୂର୍ଣ୍ଣ ଭାବେ ଅବରୋଧ କରାଯାଇଛି I ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ମୁତୟନ ରହିଛନ୍ତି l ପ୍ରାୟ ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି l ଯଦି ପ୍ରଶାସକ ପକ୍ଷ୍ୟରୁ କୌଣସି ସନ୍ତୋଷ ଜନକ ଆଶ୍ୱାସନ ନ ମିଳିଲା ଏହି ବନ୍ଦ ପାଳନ ଅନିର୍ଦ୍ଦିଷ୍ଟ କାଳ ରହିବ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା l