--:--:--
-- ---
Srishti News

ଓଡେଶ୍ୱର ପ୍ରେସ ତରଫରୁ ସମ୍ବର୍ଦ୍ଧନା ଉତ୍ସବ

Jajpur (ଯାଜପୁର)ବିଞ୍ଝାରପୁର ରୁ ଉଦୟ ନାଥ ଜେନା ଙ୍କ ରିପୋର୍ଟAugust 10, 202649 views
ଓଡେଶ୍ୱର ପ୍ରେସ ତରଫରୁ ସମ୍ବର୍ଦ୍ଧନା ଉତ୍ସବ
ସିଂହପୁର ସ୍ଥିତ ଓଡେଶ୍ଵର ପ୍ରେସ ପକ୍ଷରୁ ସମ୍ବର୍ଧନା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଦିନେଶ କୁମାର ମଲ୍ଲିକ ସଭାପତିତ୍ବ କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଖରସ୍ରୋତା ପୁସ୍ତକ ମେଳା କମିଟି ର ଅଧକ୍ଷ ପଦ୍ମାକର ଗୁରୁ,ମୁଖ୍ୟ ବକ୍ତା କବି ଶରତ କୁମାର ନାୟକ, ସମ୍ମାନିତ ଅତିଥି ଶିକ୍ଷାବିତ୍ ପ୍ରଦୀପ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଚଳଚ୍ଚିତ୍ର ଗାୟିକା ବିଜୟିନୀ ଦାଶ ଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଆକାଶବାଣୀ ଶିଶୁ କଳାକାର ଭାବରେ ଶୁ ସଂକେତ ଭଦ୍ର, ପ୍ରୀୟେଶ ପଣ୍ଡା, ଅଭିଗ୍ନା ନାୟକ, ସୁଦୀକ୍ଷା ସୁମନ ଦାସ ପ୍ରମୁଖ ଙ୍କୁ ଉତ୍ତରୀୟ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ପାଦକ ଦେବାଶିଷ ସାମଲ ଙ୍କ ତତ୍ତ୍ଵାବଧାନରେ କୃଷି କ୍ଷେତ୍ରରେ ଦୁର୍ଯୋଧନ ସେଠୀ,ଆଲୋକ କୁମାର ଦାସ,ଆଶା କର୍ମୀ ଭାବରେ ପୁଷ୍ପଲତା ବାରିକ,ପ୍ରଭାତୀ ସେଠୀ, ସୁମିତି ମହାରଣା, ଅଙ୍ଗନୱାଡ଼ି କର୍ମୀ ମଧୁସ୍ମିତା ସାମଲ,ବିଜୟିନୀ ପତି,ସି. ଆର୍.ପି ଅନ୍ନପୂର୍ଣ୍ଣା ବେହେରା,ରଞ୍ଜିତା ସାମଲ, ଖବରକାଗଜ ବିତରକ ସୁଧୀର ସାମଲ ,ଉମେଶ ସାମଲ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବନମାଳୀ ପତି,ସନ୍ତୋଷ ବେହୂରିଆ,ଭାରତ ଭୁଷଣ ମଲ୍ଲିକ,ସରୋଜ ମଲ୍ଲିକ,ଶରତ ପରିଡ଼ା,ଅକ୍ଷୟ ସେଠୀ,କୁଷଚନ୍ଦ୍ର ସାହୁ ଉପସ୍ଥିତ ଥିଲେ। ସ୍ନେହାଶିସ ସାମଲ ଧନ୍ୟବାଦ୍ ଅର୍ପଣ କରିଥିଲେ।