--:--:--
-- ---
Srishti News

ଅମିତ ଶାହାଙ୍କ ବହିଷ୍କାର ଦାବିରେ ଭଦ୍ରକରେ ଜେଲଭରୋ ଆନ୍ଦୋଳନ; ୩୯୫ ଗିରଫ

Bhubaneswar (ଭୁବନେଶ୍ୱର)ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼August 10, 202620 views
ଅମିତ ଶାହାଙ୍କ ବହିଷ୍କାର ଦାବିରେ ଭଦ୍ରକରେ ଜେଲଭରୋ ଆନ୍ଦୋଳନ; ୩୯୫ ଗିରଫ
ଐତିହାସିକ ଯୁବ ଛାତ୍ର ଆନ୍ଦୋଳନ-୨୦୨୬ ଉପରେ ଦିଲ୍ଲୀରେ ହୋଇଥିବା ଅମାନୁଷିକ ଆକ୍ରମଣ ଘଟଣାକୁ ବିରୋଧ କରି ଭଦ୍ରକ ସହରରେ ଏକ ବୃହତ୍ 'ଜେଲଭରୋ ଆନ୍ଦୋଳନ' ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ମିଳିତ ମଞ୍ଚ, ସ୍ୱାଧୀନ ଫେଡେରେସନ ସମୂହ ଏବଂ ସଂଯୁକ୍ତ କୃଷକ ମୋର୍ଚ୍ଛାର ମିଳିତ ଆହ୍ୱାନରେ ଏହି ବିକ୍ଷୋଭ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ​ମୁଖ୍ୟ ଦାବିସମୂହ ​ଆନ୍ଦୋଳନକାରୀମାନେ ନିମ୍ନଲିଖିତ ଦାବିଗୁଡ଼ିକୁ ନେଇ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ: ​କେନ୍ଦ୍ରୀୟ ଦାବି: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର, ଶ୍ରମିକ ବିରୋଧୀ ଶ୍ରମ କୋଡ୍ ବାତିଲ, ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ପାଇଁ ଆଇନ ପ୍ରଣୟନ, ଏମ୍‌ଜିଏନ୍‌ଆର୍‌ଇଜିଏ (MGNREGA) ଯୋଜନାକୁ ପୂର୍ବପରି ଚାଲୁ ରଖିବା, ଧର୍ମନିରପେକ୍ଷ ଗଣତନ୍ତ୍ର ଓ ସଂଘୀୟ ବ୍ୟବସ୍ଥାର ସୁରକ୍ଷା, ସମସ୍ତ ଶ୍ରମଜୀବୀଙ୍କୁ ସାମାଜିକ ସୁରକ୍ଷା ଏବଂ ସ୍କିମ୍ ଶ୍ରମିକମାନଙ୍କୁ ସ୍ଥାୟୀ ମାନ୍ୟତା ପ୍ରଦାନ। ​ରାଜ୍ୟ ଓ ସ୍ଥାନୀୟ ଦାବି: ଓଡ଼ିଶାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର, ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର, ଏବଂ ଭଦ୍ରକ ଜିଲ୍ଲାରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାର ଉପଯୁକ୍ତ ତଦନ୍ତ ସହ ବନ୍ୟା ବିପନ୍ନଙ୍କୁ ସଠିକ୍ କ୍ଷତିପୂରଣ ପ୍ରଦାନ। ​ଘଟଣାବଳୀ ଓ ଗିରଫ ​ଆଜି ଭଦ୍ରକ ବନ୍ତ ଛକଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଡ଼କୁ ଅଗ୍ରସର ହୋଇଥିଲା। ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ଏଡ଼ାଇ ଆନ୍ଦୋଳନକାରୀମାନେ ପୋଲିସ୍ କର୍ଡନ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ​ଘଟଣାସ୍ଥଳରୁ ଭଦ୍ରକ ଟାଉନ ଥାନା ପୋଲିସ୍ ସମୋଟ ୩୯୫ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରିଥିଲା। ସେମାନଙ୍କୁ ପ୍ରାୟ ୩ ଘଣ୍ଟା କାଳ ଅଟକ ରଖିବା ପରେ ଅପରାହ୍ନ ୪ଟାରେ ଛାଡ଼ି ଦିଆଯାଇଥିଲା। ​ନେତୃତ୍ୱ ନେଇଥିବା ପ୍ରମୁଖ ନେତୃବୃନ୍ଦ ​ଏହି ଆନ୍ଦୋଳନରେ ପ୍ରମୁଖ ସଂଗଠକ ଓ ନେତାମାନେ ସାମିଲୀ...