ପାଣିକୋଇଲିରେ ଶ୍ରୀ କମଲ ହସ୍ପିଟାଲର ଶୁଭାରମ୍ଭ: ଉଦ୍ଘାଟନ ଅବସରରେ ରକ୍ତଦାନ ଶିବିର, ରୋଗୀଙ୍କୁ ମାଗଣା ସ୍ୱାସ୍ଥ୍ୟସେବା
Jajpur (ଯାଜପୁର)ବସନ୍ତ କୁମାର ମଲ୍ଲିକAugust 10, 202611 views

ପାଣିକୋଇଲି, ଯାଜପୁର ଜିଲ୍ଲାର ପାଣିକୋଇଲିଠାରେ ନୂତନ ଭାବେ ଶ୍ରୀ କମଲ ହସ୍ପିଟାଲର ଶୁଭାରମ୍ଭ ହୋଇଯାଇଛି। ହସ୍ପିଟାଲର ପ୍ରତିଷ୍ଠାତା ପ୍ୟାରୀମୋହନ ବାରିକ ଓ ଡାକ୍ତର ହରମୋହନ ବାରିକଙ୍କ ନେତୃତ୍ୱରେ ଏହି ଅବସରରେ ରକ୍ତଦାନ ଶିବିର ସହିତ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ସେବା ପ୍ରଦାନ କରାଯାଇଥିଲା।
ହସ୍ପିଟାଲର ଉଦ୍ଘାଟନ କେନ୍ଦୁଝର ସାଂସଦ ଅନନ୍ତ ନାୟକଙ୍କ କରକମଳରେ ଫିତା କାଟି କରାଯାଇଥିଲା। ଏହି ଅବସରରେ ସାଂସଦ ଶ୍ରୀ ନାୟକ ହସ୍ପିଟାଲର ନୂତନ ପଦକ୍ଷେପକୁ ସ୍ୱାଗତ କରିବା ସହ ଅଞ୍ଚଳବାସୀଙ୍କୁ ଉନ୍ନତ ଓ ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇବା ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି କହିଥିଲେ।
ଉଦ୍ଘାଟନ ଦିବସରେ ଆୟୋଜିତ ରକ୍ତଦାନ ଶିବିରରେ ସ୍ୱେଚ୍ଛାସେବୀ ଓ ସ୍ଥାନୀୟ ଲୋକମାନେ ଉତ୍ସାହର ସହ ଯୋଗଦେଇ ରକ୍ତଦାନ କରିଥିଲେ। ଏଥିସହ ହସ୍ପିଟାଲ ପକ୍ଷରୁ ଆସିଥିବା ରୋଗୀମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା।
ପ୍ରତିଷ୍ଠାତା ପ୍ୟାରୀମୋହନ ବାରିକ ଓ ଡାକ୍ତର ହରମୋହନ ବାରିକ କହିଛନ୍ତି ଯେ, ଅଞ୍ଚଳବାସୀଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇବା ସହ ଆବଶ୍ୟକ ସମୟରେ ଲୋକଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ହସ୍ପିଟାଲର ମୁଖ୍ୟ ଲକ୍ଷ୍ୟ। ଆଗାମୀ ଦିନରେ ମଧ୍ୟ ବିଭିନ୍ନ ଜନହିତକର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସେମାନେ ପ୍ରକାଶ କରିଥିଲେ।
ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧି, ସମାଜସେବୀ, ବୁଦ୍ଧିଜୀବୀ, ଚିକିତ୍ସକ, ସ୍ୱାସ୍ଥ୍ୟକର୍ମୀ ଓ ବହୁ ସଂଖ୍ୟକ ଅଞ୍ଚଳବାସୀ ଉପସ୍ଥିତ ରହି ନୂତନ ହସ୍ପିଟାଲକୁ ଶୁଭେଚ୍ଛା ଜଣାଇଥିଲେ।
