ଜୁନାଗଡ଼ ବ୍ଲକ୍ ର ବିଶିଷ୍ଟ ସମାଜ ସେବୀ ତଥା ଭଇଁରୀଗୁଡ଼ା ପୂର୍ବତନ ସରପଞ୍ଚ ଟଙ୍କଧର ଧଙ୍ଗଡା ମାଝି ଙ୍କ ପରଲୋକ
Kalahandi (କଳାହାଣ୍ଡି)ଦେବରାଜ ବଣୁଆAugust 8, 202663 views

ଜୁନାଗଡ଼ ବ୍ଲକ୍ ଅନ୍ତର୍ଗତ ଭଇଁରୀଗୁଡ଼ା ପଞ୍ଚାୟତ ର
ଏକ ଜଣାଶୁଣା ସମାଜସେବୀ,ପୂର୍ବତନ ସରପଞ୍ଚ ଟଙ୍କଧର ଧଙ୍ଗଡା ମାଝୀ ଙ୍କ ଗତ ୦୭.୦୮.୨୦୨୬ ରିଖ ଦିନ ପରଲୋକ ହୋଇଥିଲା । ସେ ଗରିବ ଙ୍କ ସାଥି, ସରପଞ୍ଚ ଥିବା ସମୟରେ ବିଭିନ୍ନ ଉନ୍ନୟନ କାମରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ତାଙ୍କର ପରଲୋକ ଖବର ପ୍ରଚାର ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ମୃତ୍ୟୁ ସମୟରେ ତାଙ୍କର ପୁଅ , ଝିଅ ଓ ସମ୍ପର୍କୀୟ ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ। ପରିଶେଷରେ ଗାଁ ର ଶ୍ମଶାନ ରେ ଅନ୍ତିମ ସତ୍କାର କରାଯାଇଥିଲା।ପଞ୍ଚାୟତ ର ଜନସାଧାରଣ ଶୋକ ପ୍ରକାଶ କରିବା ସହ ପରିବାର କୁ ସମବେଦନା ଜଣାଇଛନ୍ତି।
