--:--:--
-- ---
Srishti News

ପରିତ୍ୟକ୍ତ ପରିବେଶ ରେ ଖଲ୍ଲିକୋଟ ମର୍ଦ୍ଦରାଜ କଲ୍ୟାଣ ମଣ୍ଡପ

Ganjam (ଗଞ୍ଜାମ)ଗଞ୍ଜାମ: ଖଲ୍ଲିକୋଟ ରୁ ଶିବରାମ ଜେନାAugust 8, 2026117 views
ପରିତ୍ୟକ୍ତ ପରିବେଶ ରେ ଖଲ୍ଲିକୋଟ ମର୍ଦ୍ଦରାଜ କଲ୍ୟାଣ ମଣ୍ଡପ
ଖଲ୍ଲିକୋଟ ସହର ର ସମସ୍ୟା ମଧ୍ୟରେ ମର୍ଦ୍ଦରାଜ କଲ୍ୟାଣ ମଣ୍ଡପ ର ସମସ୍ୟା ଅନ୍ୟତମ। କର୍ପୁର ଉଡିଯାଇଛି କନା ପଡିଛି । ଖବର ନେବାରୁ ଜଣାପଡିଛି ଯେ ଉକ୍ତ ଅନୁଷ୍ଠାନଟି ଟ୧୫୦୦୦୦୦/- (ପନ୍ଦର ଲକ୍ଷ ଟଙ୍କା) ବ୍ୟୟ ରେ ନିର୍ମିତ ହୋଇଥିଲା। ସେତେବେଳେ ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଆଞ୍ଚଳିକ ପାଣ୍ଠି ରୁ ପାଞ୍ଚଲକ୍ଷ ଦେଇ ଥିବା ବେଳେ, ସାଂସଦ ଶ୍ରୀ ଯୁକ୍ତ ଦିଲ୍ଲୀପ ରାୟ ତିନି ଲକ୍ଷ ଟଙ୍କା ଆଞ୍ଚଳିକ ପାଣ୍ଠି ରୁ ମଞ୍ଜୁର କରିଥିଲେ ଓ ଖଲ୍ଲିକୋଟ ବିଧାୟିକା ସ୍ବର୍ଗତା ଶ୍ରୀମତୀ ଭି. ସୁଜ୍ଞାନୀ କୁମାରୀ ଦେଓ ବିଧାୟକ ଆଞ୍ଚଳିକ ପାଣ୍ଠି ରୁ ସାତ ଲକ୍ଷ ଦେଇ ଥିବା ଜଣାପଡିଛି। ଜନସାଧାରଣ ଙ୍କ ହିତ ଉଦ୍ଦେଶ୍ୟରେ ସ୍ବର୍ଗତା ରାଣୀ ସାହେବ କରିଥିଲେ। ବିବାହ,ବ୍ରତ ଠାରୁ ଆରମ୍ଭ କରି ସରକାରୀସ୍ତରରେ ରେ ବିଭିନ୍ନ ପ୍ରକାର କାର୍ଯ୍ୟ କ୍ରମ କରାଯିବାର ପରିଲକ୍ଷିତ ହେଉଛି। ଯେଉଁ ମାନେ ଉକ୍ତ ଅନୁଷ୍ଠାନ ରେ କାର୍ଯ୍ୟ କ୍ରମ କରିଥାନ୍ତି ସେମାନେ ବ୍ଲକ୍ ଅଫିସ ରେ ଟଙ୍କା ଜମା କରି ରସିଦ କାଟିଥାନ୍ତି । କିନ୍ତୁ ଦୁଃଖର ବିଷୟ ପାଲଟିଛି ମର୍ଦ୍ଦରାଜ କଲ୍ୟାଣ ମଣ୍ଡପ ର ଚତୁଃପାର୍ଶ୍ଵରେ ଗଛଲତା ମାଡ଼ିଗଲାଣି ଏପରିକି, କୋଠାଘର ର କଲର୍ ମଉଳି ଗଲାଣି, ବର୍ତ୍ତମାନ ଦେଖିବାକୁ ମିଳିଛି ପରିତ୍ୟକ୍ତ ପରିବେଶ ରେ କଲ୍ୟାଣ ମଣ୍ଡପ। ନଜର ପଡୁନାହିଁ ଉଚ୍ଚ କତ୍ତୃପକ୍ଷ ଙ୍କର, କିମ୍ବା ଶାସକ ପ୍ରଶାସକ ମାନଙ୍କ ର ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାରି ଉପରେ ଖଲ୍ଲିକୋଟ ର ଶିବରାମ ଜେନା ଯେ କି ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ , ସିଆରସିସି ତଥା ସମାଜସେବୀ ବର୍ତ୍ତମାନ ସ୍ରିଷ୍ଠି ନିୟୁଜ ର ସ୍ବତନ୍ତ୍ର ପ୍ରତିନିଧି ରୂପେ କାର୍ଯ୍ୟ କରୁଛନ୍ତି, ବହୁବାର ଖବର ମାଧ୍ୟମରେ ସରକାରଙ୍କୁ ତଥା କାର୍ଯ୍ୟ ରତ ନିର୍ବାହୀ ଅଧିକାରୀ ମାନଙ୍କୁ ଜଣାଇଛନ୍ତି,ତଥାପି ଫଳପ୍ରଦ ହୋଇନାହିଁ। ତେଣୁ ଏକ୍ଷେତ୍ରରେ ଡବଲ୍ ଇଞ୍ଜିନ୍ ସରକାରଙ୍କୁ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁନିବେଦନ କରିଛନ୍ତି ଖଲ୍ଲିକୋଟ ର ଜନଧାରଣ,ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଯାହା ଫଳରେ କି ଜନସାଧାରଣ ବିଶେଷ ଉପକୃତ ହେବେ।