୧୬ ଦଫା ଦାବି ନେଇ ୧୨ ଅଗଷ୍ଟରେ ବୁର୍ଲା MCL ହେଡ୍କ୍ୱାର୍ଟର ଘେରାଓ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 8, 202680 views

ତାଳଚେର: MCLରେ କାର୍ଯ୍ୟରତ ସ୍ଥାୟୀ କର୍ମଚାରୀ ଓ ଠିକା ଶ୍ରମିକଙ୍କ ନ୍ୟାଯ୍ୟ ସ୍ୱାର୍ଥ ରକ୍ଷା ସହ ଆଞ୍ଚଳିକ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଆସନ୍ତା ୧୨ ଅଗଷ୍ଟରେ ବୁର୍ଲାସ୍ଥିତ MCL ମୁଖ୍ୟାଳୟ ଘେରାଓ କରାଯିବ। ଏହି ବିଶାଳ ଆନ୍ଦୋଳନକୁ ସଫଳ କରିବା ପାଇଁ ଭୁବନେଶ୍ୱରରେ ଓଡ଼ିଶା HMS ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।
ଏହି ବୈଠକରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଉପସ୍ଥିତ ରହି ଆଗାମୀ ଘେରାଓ କାର୍ଯ୍ୟକ୍ରମର ରଣନୀତି ଓ ପ୍ରସ୍ତୁତି ସମ୍ପର୍କରେ ନେତୃବୃନ୍ଦଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ।
ଶ୍ରମିକମାନଙ୍କ ହକ୍ ଓ ନ୍ୟାଯ୍ୟ ଦାବି ପୂରଣ ପାଇଁ MCL କର୍ତ୍ତୃପକ୍ଷଙ୍କ ନିକଟରେ ୧୬ ଦଫା ଦାବିପତ୍ର ପ୍ରଦାନ କରାଯିବ। ଏହି ଦାବିଗୁଡ଼ିକ ମଧ୍ୟରେ ସ୍ଥାୟୀ କର୍ମଚାରୀ ଓ ଠିକା ଶ୍ରମିକଙ୍କ ସ୍ୱାର୍ଥ ସୁରକ୍ଷା ସହ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦିଆଯିବ।
୧୨ ଅଗଷ୍ଟର ଏହି ଘେରାଓ କାର୍ଯ୍ୟକ୍ରମରେ HMS ଓଡ଼ିଶାର ସମସ୍ତ ରାଜ୍ୟ କର୍ମକର୍ତ୍ତା, ନେତୃବୃନ୍ଦ ଓ ବିଭିନ୍ନ ଅଞ୍ଚଳର ଶ୍ରମିକ ସାଥୀମାନେ ବିପୁଳ ସଂଖ୍ୟାରେ ସାମିଲ ହେବେ ବୋଲି ବୈଠକରେ କୁହାଯାଇଛି।
ବୈଠକରେ HMSର ପ୍ରମୁଖ ନେତୃବୃନ୍ଦ ସଂଜିତ ମହାନ୍ତି, ଯୁଗୋଲ ନାୟକ, ମହମ୍ମଦ ମୃତୁଯା, ବି.ଏନ୍. ମହାପାତ୍ର, ଭୁବନାନନ୍ଦ ମହାପାତ୍ର, ସଂଜିତ ପଳେଇ, ଅକ୍ଷୟ ନାୟକ, ବାବୁଲାଲ ଖଣ୍ଡୁଆଲ, ପ୍ରକାଶ କୁଣ୍ଡୁ, ଦେବଜ୍ୟୋତି ପଟ୍ଟନାୟକ, କୁଳମଣି ଦାସ, ସୁମିତ୍ ପଟେଲ, ତ୍ରିନାଥ ପ୍ରଧାନ ଓ ଆଶିଷ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
