ଅନୁଗୋଳ ବନ ବିଭାଗର ଚଢ଼ାଉ; ୧୭ CFT ଶାଗୁଆନ କାଠ ଜବତ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 8, 202663 views

ଅନୁଗୋଳ: ଅନୁଗୋଳ ବନ ବିଭାଗ ପକ୍ଷରୁ ଛେଣ୍ଡିପଦା ରେଞ୍ଜ ଅନ୍ତର୍ଗତ ବାଗଡିଆ ଗ୍ରାମରେ ସଫଳ ଚଢ଼ାଉ କରାଯାଇଛି। ଶନିବାର ପ୍ରାୟ ୧୦ଟା ୫୦ରେ ବିଶ୍ୱସ୍ତ ସୂଚନା ଆଧାରରେ ମୋବାଇଲ୍ ଟିମ୍ ଓ ଛେଣ୍ଡିପଦା ରେଞ୍ଜ କର୍ମଚାରୀମାନେ ତାରିଣୀ ମନ୍ଦିର ପଛପଟେ ଚଢ଼ାଉ କରିଥିଲେ।
ଚଢ଼ାଉ ସମୟରେ ୧୭ କ୍ୟୁବିକ୍ ଫୁଟ୍ ଶାଗୁଆନ କାଠ ପଟା, ୭ଟି ଅର୍ଦ୍ଧନିର୍ମିତ ଶାଗୁଆନ କବାଟ ସହ ବେଆଇନ କାଠ କାରବାରରେ ବ୍ୟବହୃତ କିଛି ମେସିନ୍ ଓ ସରଞ୍ଜାମ ଜବତ କରାଯାଇଛି। ଏନେଇ ୟୁ.ଡି. କେସ୍ ନମ୍ବର ୦୩/୬ (୨୦୨୬-୨୭)ରେ ମାମଲା ରୁଜୁ ହୋଇଛି।
ଜବତ ସାମଗ୍ରୀକୁ ଛେଣ୍ଡିପଦା ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇ ଆଇନଗତ ପ୍ରକ୍ରିୟା ଅନୁସାରେ ତଦନ୍ତ ଜାରି ରହିଛି। ରେଞ୍ଜ ଅଧିକାରୀ ପ୍ରଶାନ୍ତ କୁମାର ହନୁମାନଙ୍କ ନେତୃତ୍ୱରେ ବନ ବିଭାଗର କର୍ମଚାରୀ ଓ ହାତୀ ସ୍କ୍ୱାଡ୍ର ସଦସ୍ୟମାନେ ଏହି ଚଢ଼ାଉରେ ସାମିଲ ଥିଲେ।
