--:--:--
-- ---
Srishti News

୧୦ ଗ୍ରାମ ବ୍ରାଉନ୍‌ସୁଗାର, BMW କାର୍‌ ଓ ବାଇକ୍‌ ଜବତ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 8, 202675 views
୧୦ ଗ୍ରାମ ବ୍ରାଉନ୍‌ସୁଗାର, BMW କାର୍‌ ଓ ବାଇକ୍‌ ଜବତ
କଣିହାଁ: ଅନୁଗୋଳ ଜିଲ୍ଲା କଣିହାଁ ଥାନା ଅଞ୍ଚଳରେ ଦାମୀ BMW କାର୍‌ରେ ଚାଲିଥିଲା ବ୍ରାଉନ୍‌ସୁଗାର କାରବାର। ଗୁପ୍ତ ସୂଚନା ଆଧାରରେ ଅନୁଗୋଳ ସ୍ପେସାଲ୍‌ ସ୍କ୍ୱାଡ୍‌ ଓ କଣିହାଁ ପୁଲିସର ମିଳିତ ଚଢ଼ାଉରେ ୧୦ ଗ୍ରାମ ବ୍ରାଉନ୍‌ସୁଗାର ଜବତ ହୋଇଛି। ଏହି ଘଟଣାରେ ୩ ଜଣଙ୍କୁ ପୁଲିସ ଗିରଫ କରିଛି। ପୁଲିସ ସୂଚନା ଅନୁସାରେ, କଣିହାଁ ଥାନାଠାରୁ ପ୍ରାୟ ୩ କିଲୋମିଟର ଦୂର ଛେଳିଆ ଗ୍ରାମର ଖେଳପଡ଼ିଆ ନିକଟରେ ଏକ ଦାମୀ କାର୍‌ ଭିତରେ ଡ୍ରଗ୍ସ କାରବାର ଚାଲିଥିବା ନେଇ ପୁଲିସକୁ ଗୁପ୍ତ ସୂଚନା ମିଳିଥିଲା। ଏହାପରେ ସ୍ପେସାଲ୍‌ ସ୍କ୍ୱାଡ୍‌ ଓ କଣିହାଁ ପୁଲିସ ମିଳିତ ଭାବେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ୧୦ ଗ୍ରାମ ବ୍ରାଉନ୍‌ସୁଗାର ସହ ଗୋଟିଏ BMW କାର୍‌ ଓ ଗୋଟିଏ ବାଇକ୍‌ ଜବତ କରାଯାଇଛି। ଏହି ଘଟଣାରେ ଛେଳିଆ ଗ୍ରାମର ପପୁନ ସେଠୀ, ତେଲିସିଂହା ଗ୍ରାମର ଅନୁପ ଦେହୁରୀ ଓ ବଡ଼ଗୁଣ୍ଡୁରୀ ଗ୍ରାମର ସିଲୁ ସେଠୀଙ୍କୁ ଗିରଫ କରାଯାଇଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ପୁଲିସ ସୂଚନା ଦେଇଛି। ଏନେଇ କଣିହାଁ ଥାନାରେ ମାମଲା ନମ୍ବର ୨୨୧/୨୬ ରୁଜୁ ହୋଇଛି। ଗିରଫ ୩ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି। ଫେରାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ସହ ଏହି ଡ୍ରଗ୍ସ କାରବାରର ଚେର ଖୋଜିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।