କୃମିମୁକ୍ତ ଶିଶୁ, ସୁସ୍ଥ ସମାଜ ଗଠନ ଦିଗରେ ଚିକିଟିରେ ସଚେତନତା ଶିବିର
Ganjam (ଗଞ୍ଜାମ)ଦୁର୍ଗା ମାଧବAugust 8, 202662 views

ଚିକିଟି ବ୍ଲକ୍ରେ ବିଦ୍ୟାଳୟ ସ୍ତରୀୟ କୃମିନାଶକ ଦିବସ ପାଳନ ନିମନ୍ତେ ଏକ ବ୍ୟାପକ ସଚେତନତା ଶିବିର ରାଜକବି ରାଧାମୋହନ ବିଦ୍ୟାପୀଠ ଓ ଚିକିଟି ପେଣ୍ଠ ନୋଡାଲ ଉଚ୍ଚ ବିଦ୍ୟାଳୟଠାରେ ଦୁଇଟି ଭିନ୍ନ ଭିନ୍ନ ଯାଗାରେ ଅନୁଷ୍ଠିତ ହୋଇଯାଇଛି।ଶିବିରରେ ମୁଖ୍ୟ ଅତିଥି ଭାବେ ଏବିଇଓ ତ୍ରିନାଥ ମଲ୍ଲିକ ଓ ମେଘନାଥ ବେହେରା ଯୋଗଦେଇ କୃମି ସଂକ୍ରମଣରୁ ଛାତ୍ରଛାତ୍ରୀଙ୍କୁ ମୁକ୍ତ ରଖିବା ପାଇଁ କୃମିନାଶକ ଔଷଧ ସେବନ ସହିତ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟକର ଅଭ୍ୟାସର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ପୁରଂଜିତ ପାତ୍ର କୃମି ସଂକ୍ରମଣର କାରଣ, ଏହାର ପ୍ରତିରୋଧ ଏବଂ କୃମିନାଶକ ଔଷଧର ଉପକାରିତା ସମ୍ପର୍କରେ ଉପସ୍ଥିତ ଶିକ୍ଷକମାନଙ୍କୁ ସଚେତନ କରିଥିଲେ।କାର୍ଯ୍ୟକ୍ରମକୁ ବିପିଏମ୍ ବନ ବିହାରୀ ନାୟକ ଓ ରାମଚନ୍ଦ୍ର ସାହୁ ପରିଚାଳନା କରିଥିବାବେଳେ ଗିରିସୋଲା ସିଆରସିସି ବି. ଭେଙ୍କେଟ ରାଓ ସହଯୋଗ କରିଥିଲେ। ଶିବିରରେ ଚିକିଟି ବ୍ଲକ୍ର ୧୨ଟି କ୍ଲଷ୍ଟରର ସିଆରସିସିଙ୍କ ସମେତ ୧୧୨ଟି ସରକାରୀ ଓ ବେସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ଯୋଗଦେଇଥିଲେ।ଛାତ୍ରଛାତ୍ରୀଙ୍କୁ କୃମିମୁକ୍ତ କରିବା ସହ ସେମାନଙ୍କ ମଧ୍ୟରେ ସ୍ୱଚ୍ଛତା, ସ୍ୱାସ୍ଥ୍ୟ ଓ ପୋଷଣ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଦିଗରେ ଏହି ଶିବିର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା।
