--:--:--
-- ---
Srishti News

ଆଟି ଗାଁ - ଡୋକ୍ରିପଡ଼ା ରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାର ମଞ୍ଜୁରୀ

Kalahandi (କଳାହାଣ୍ଡି)ଦେବରାଜ ବଣୁଆAugust 7, 202667 views
ଆଟି ଗାଁ - ଡୋକ୍ରିପଡ଼ା ରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାର ମଞ୍ଜୁରୀ
ଜୁନାଗଡ଼ ବ୍ଲକ୍ ଅନ୍ତର୍ଗତ ଆଟି ଗାଁ ରାସ୍ତା ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇଥିବା ସମ୍ପର୍କରେ ସୃଷ୍ଠି ନିଉଜ ରେ ଗତ ଜୁଲାଇ ମାସରେ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ। ଜନସାଧାରଣ ଙ୍କ ସମସ୍ୟା ଆମେ ଠିକ୍ ଭାବରେ ଉପସ୍ଥାପନ କରୁଥିବା ସାଧାରଣ ରେ ଚର୍ଚ୍ଚା ର ବିଷୟ ହୋଇଛି । ଏହି ରାସ୍ତାକୁ ବ୍ୟକ୍ତି ଗତ ଭାବରେ ପରିଦର୍ଶନ କରି ସୃଷ୍ଠି ନିୟୁଜ୍ ଓ ପି ନିୟୁଜ୍ ଇଣ୍ଡିଆ ର ସ୍ୱତନ୍ତ୍ର ପ୍ରତିନିଧି ଦେବରାଜ ବାଣୁଆ ଖବର ପ୍ରସାରଣ କରିଥଲେ । ବର୍ତ୍ତମାନ ରାଜ୍ୟ ସରକାର ଉକ୍ତ ରାସ୍ତାକୁ ମଞ୍ଜୁରୀ କରିଥିବାରୁ ଅଞ୍ଚଳରେ ଜନସାଧାରଣ ଖୁସି ବ୍ୟକ୍ତ କରିଛନ୍ତି। ଶୀଘ୍ର ରାସ୍ତା କାମ ଆରମ୍ଭ କରିବା ପାଇଁ ସାଧାରଣରେ ଦାବି ହେଉଛି।