ରାସ୍ତା ଉପରେ ଠିଆ ନକରି କାରଖାନା ଭିତରେ ଟ୍ରକ ପାର୍କିଂ ବ୍ୟବସ୍ଥା କରିବା ପାଇଁ ଏନ ଏସ ପି ସି ଏଲକୁ ଚିଠି ଲେଖିଲେ ବିଧାୟକ ଶ୍ରୀ ତନ୍ତୀ
Rourkela (ରାଉରକେଲା)ବ୍ୟୁରୋ ରିପୋର୍ଟAugust 7, 202618 views

ରାଉରକେଲା : ରାଉରକେଲା ଇସ୍ପାତ କାରଖାନା ପରିଷରରେ ଥିବା ଏନ ଏସ ପି ସି ଏଲରୁ ନିର୍ଗତ ବର୍ଯ୍ୟ ବସ୍ତୁ, ଫ୍ଲାଇ ଆଶ୍ ଆଦିକୁ କାରଖାନାରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଏନ ଏସ ପି ସି ଏଲ ପକ୍ଷରୁ ନିୟୋଜିତ ବଡ ବଡ ଟ୍ରକ ଗୁଡିକ ବିଶ୍ରା ଛକ-ବନ୍ଧମୁଣ୍ଡା ରାସ୍ତା ଉପରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ରହୁଥିବାରୁ ସର୍ବସାଧାରଣଙ୍କ ଜାତାୟତରେ ବାଧା ଉପୁଜିଥିବା ନେଇ ଅଞ୍ଚଳବାସୀଙ୍କ ଠାରୁ ଅଭିଯୋଗ ପାଇବା ପରେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ଅନୁଧ୍ୟାନ କରି ଅଭିଯୋଗର ସତ୍ୟତା ପାଇବା ପରେ କାରଖାନା ରୁ ମାଲ ପରିବହନ ପାଇଁ ନିୟୋଜିତ ଥିବା ସମସ୍ତ ଛୋଟ ବଡ଼ ଟ୍ରକ ଏବଂ ଅନ୍ୟାନ୍ୟ ଭାରୀଯାନ ସବୁକୁ କାରଖାନା ପରିସର ଭିତରେ ପାର୍କିଂ ସ୍ଥଳରେ ରଖିବା ପାଇଁ ମାଲ ପରିବହନକାରୀ ସଂସ୍ଥା ମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବା ପାଇଁ ରଘୁନାଥପଲ୍ଲୀ ବିଧାୟକ ଶ୍ରୀ ତନ୍ତୀ ଏନ ଏସ ପି ସି ଏଲର ମହାପ୍ରବନ୍ଧକଙ୍କୁ ଚିଠି ଲେଖିଛନ୍ତି ।
