--:--:--
-- ---
Srishti News

ଅନୁଗୋଳ ଗସ୍ତରେ ୨୦୨୧ ବ୍ୟାଚ୍‌ର ୪୦ ଜଣ ASO ପ୍ରଶିକ୍ଷଣାର୍ଥୀ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 6, 2026115 views
ଅନୁଗୋଳ ଗସ୍ତରେ ୨୦୨୧ ବ୍ୟାଚ୍‌ର ୪୦ ଜଣ ASO ପ୍ରଶିକ୍ଷଣାର୍ଥୀ
ଅନୁଗୋଳ: ୨୦୨୧ ମସିହାର ଷଷ୍ଠ ବ୍ୟାଚ୍‌ର ୪୦ ଜଣ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ପ୍ରଶିକ୍ଷଣାର୍ଥୀ ଅଧିକାରୀ ଦୁଇଦିନିଆ କ୍ଷେତ୍ର ପରିଦର୍ଶନରେ ଅନୁଗୋଳ ଜିଲ୍ଲା ଗସ୍ତ କରିଥିଲେ। ଏହି ଅବସରରେ ସେମାନେ ନାଲ୍‌କୋ (NALCO) ପାୱାର ପ୍ଲାଣ୍ଟ ପରିଦର୍ଶନ କରି ସେଠାର କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ଅବଗତ ହୋଇଥିଲେ। ଏହା ସହିତ ତାଳଚେରସ୍ଥିତ ପ୍ରସିଦ୍ଧ ମା’ ହିଙ୍ଗୁଳା ପୀଠ, ଶୈଳଶ୍ରୀକ୍ଷେତ୍ର ଓ ମା’ ବୁଢ଼ୀ ଠାକୁରାଣୀଙ୍କ ପୀଠ ଦର୍ଶନ କରିଥିଲେ। ପରେ ଟିକରପଡ଼ାସ୍ଥିତ ସାତକୋଶିଆ ଗଣ୍ଡ ଗସ୍ତ କରି ସେଠାର ପ୍ରାକୃତିକ ପରିବେଶ ଓ ପର୍ଯ୍ୟଟନ ସମ୍ଭାବନା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଅପରାହ୍ନରେ ଅନୁଗୋଳ ପଞ୍ଚାୟତ ସମିତି ସଭାଗୃହରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ, ସରକାରୀ ଯୋଜନାର କାର୍ଯ୍ୟକାରିତା ଏବଂ ପ୍ରଶାସନିକ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଭାବେ ଅବଗତ ହୋଇଥିଲେ। କ୍ଷେତ୍ର ପରିଦର୍ଶନ ମାଧ୍ୟମରେ ପ୍ରଶିକ୍ଷଣାର୍ଥୀ ଅଧିକାରୀମାନେ ଜିଲ୍ଲାର ଶିଳ୍ପ, ପର୍ଯ୍ୟଟନ, ସଂସ୍କୃତି ଓ ବିକାଶମୂଳକ କାର୍ଯ୍ୟର ବାସ୍ତବ ଚିତ୍ର ସମ୍ପର୍କରେ ଧାରଣା ଲାଭ କରିଥିଲେ।