--:--:--
-- ---
Srishti News

ବ୍ଲକ ସ୍ତରୀୟ ପ୍ରଧାନଶିକ୍ଷକ ଓ ଖେଳ ଶାରୀରିକ ଶିକ୍ଷା ଶିକ୍ଷକ ଙ୍କ ସାଧାରଣ ବୈଠକ

Rourkela (ରାଉରକେଲା)ରିପୋର୍ଟ: ଗଣପତି ଦାସAugust 6, 202620 views
ବ୍ଲକ ସ୍ତରୀୟ ପ୍ରଧାନଶିକ୍ଷକ ଓ ଖେଳ ଶାରୀରିକ ଶିକ୍ଷା ଶିକ୍ଷକ ଙ୍କ ସାଧାରଣ ବୈଠକ
ଗୁରୁବାର ଦିନ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଶିକ୍ଷା ଅଧିକାରୀ ଶାଲଗେ ମନି ଟୁଡୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି. ଏହି ଶିବିରରେ କ୍ରୀଡା ଶିକ୍ଷକଙ୍କର ମାର୍ଗ ଦର୍ଶନ କରିଥିଲେ. ବ୍ଲକ କ୍ରୀଡା ଶିକ୍ଷକ ସଂଘ ର ସମ୍ପାଦକ ଦୀପକ କୁମାର ବେହେରା ଉପସ୍ଥିତ ରହି, ଖୋଖୋ,କବାଡ଼ି, ଫୁଟବଲ୍, କ୍ରିକେଟ, ଭଲି ଓ ଆ ଥଲେଟିକ ଖେଳ ତଥ୍ଯ କିପରି ପରିଚାଳନା ବିଦ୍ୟାଳୟ ତଥା ଜୋନ୍ ସ୍ତରରେ ଅନୁଷ୍ଠିତ ହେବ ସେ ନେଇ ଆଲୋଚନା କରିଥିଲେ. ଜିଲ୍ଲା ଓ ରାଜ୍ୟ ରେ ଏହି ବ୍ଲକ କିପରି ସୁନାମ ଆଣିବ ସେ ନେଇ ଆଲୋଚନା କରିଥିଲେ. ଗତ ବର୍ଷ ବ୍ଲକ ର ଖେଳାଳି ମାନେ ଜିଲ୍ଲା ତଥା ରାଜ୍ଯ ସ୍ତରୀୟ ମନୋନିତ ହୋଇଥିବାରୁ ବ୍ଲକ ଶିକ୍ଷା ଅଧିକାରୀ ଏହାର ଶ୍ରେୟ କ୍ରୀଡା ଶିକ୍ଷକ ମାନଙ୍କୁ ପ୍ରଦାନ କରିଥିଲେ. ଏହି ବ୍ଲକ ରେ 17 ଟି ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ମାନେ ଅଂଶଗ୍ରହଣ କରି ସୁଚିନ୍ତିତ ମତାମତ ରଖିଥିଲେ |