--:--:--
-- ---
Srishti News

ହାତୀ ଆକ୍ରମଣରେ ଘର ଚୁରମାର -ପରିବାର ଲୋକେ ମେଡିକାଲ ରେ ଭର୍ତ୍ତି l

Balangir (ବଲାଙ୍ଗୀର)ରିପୋର୍ଟ :-କୃଷ୍ଣଚନ୍ଦ୍ର ମାଝୀ, ବଲାଙ୍ଗୀରAugust 6, 2026180 views
ହାତୀ ଆକ୍ରମଣରେ ଘର ଚୁରମାର -ପରିବାର ଲୋକେ ମେଡିକାଲ ରେ ଭର୍ତ୍ତି l
ପୁଣିଥରେ ମୁରିବାହାଲ ଅଞ୍ଚଳରେ ହାତୀ ଆତଙ୍କ l କିଛିଦିନ ହାତୀମାନେ ଦୂରକୁ ଚାଲିଯାଇଥିବାବେଲେ ଏବେ ପୁଣିଥରେ ଗାଁ ଗଣ୍ଡାକୁ ପଶି ଆତଙ୍କ ଖେଳାଇଛନ୍ତି l ଲୋକେ ଭୟରେ ମଥା ଗୁଞ୍ଜିବାକୁ ସ୍ଥାନ ପାଉନାହାନ୍ତି l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀରଜିଲ୍ଲା ମୁରିବାହାଲବ୍ଲକ ଇଛାପଡା ପଞ୍ଚାୟତ ଅଧିନସ୍ତ ସର୍ଗୁଲ ଗ୍ରାମରେ l ଲିଙ୍ଗରାଜ ଭୋଇ ବୁଧବାର ତାଙ୍କ ପରିବାର ସହିତ ରାତ୍ରି ଶୋଇଥିବାବେଲେ ପ୍ରାୟ ରାତ୍ରି ୨ଟା ସମୟରେ ହଠାତ ହାତୀପଳ ପହଁଛି ଘରକୁ ଚୁରମାର କରିଦେଇଥିଲେ l ପରିବାର ଲୋକେ ଭୟଭୀତ ହୋଇ ପଳେଇବାକୁ ରାସ୍ତା ପାଇନଥିଲେ l ଏହି ହାତୀ ଆକ୍ରମଣରେ ଲିଙ୍ଗରାଜ ଭୋଇ ଏବଂ ତାଙ୍କ ସ୍ତ୍ରୀ ଓ ଦୁଇଜଣ ଶିଶୁ ଆହତ ହୋଇ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି l ତାଙ୍କ ଘର ସମ୍ପୂର୍ଣ୍ଣ ଚୁରମାର ହେବା ସହିତ ଆସାବ ପତ୍ର, ଘର ସାମଗ୍ରୀ ନଷ୍ଟ ହୋଇଯାଇଛି l ଏବଂ ତାଙ୍କ ପରିବାର ସମସ୍ତେ ମେଡିକାଲ ଭର୍ତ୍ତି ହୋଇଥିବାରୁ ଲିଙ୍ଗରାଜ ଭୋଇଙ୍କ ପରିବାର କୁ ମେଡିକାଲ ଖର୍ଚ୍ଚ ସହିତ ସରକାରୀ ସହାୟତା ଯୋଗାଇଦେବା ପାଇଁ ଜିଲ୍ଲା ପ୍ରଶାସନ, ବନବିଭାଗ, ଓଡିଶା ସରକାରଙ୍କ ଠାରେ ଗ୍ରାମବାସୀ ଙ୍କର ଦାବୀ ହେଉଛି l