--:--:--
-- ---
Srishti News

ଖୋରଧାରେ ବିଧାନସଭା ସ୍ଥାୟୀ କମିଟିର ସମୀକ୍ଷା: ନିଶାମୁକ୍ତ ଭାରତ ଅଭିଯାନକୁ ଗୁରୁତ୍ୱ

Khordha (ଖୋର୍ଦ୍ଧା)ରିପୋର୍ଟ-- ପ୍ରିୟଙ୍କା ମହାପାତ୍ର,ଖୋରଧାAugust 6, 202690 views
ଖୋରଧାରେ ବିଧାନସଭା ସ୍ଥାୟୀ କମିଟିର ସମୀକ୍ଷା: ନିଶାମୁକ୍ତ ଭାରତ ଅଭିଯାନକୁ ଗୁରୁତ୍ୱ
ଖୋରଧା,: ଓଡ଼ିଶା ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି (ଦଶମ) ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନେତୃତ୍ୱରେ ଏକଦିନିକିଆ ଖୋରଧା ଗସ୍ତ କରି ଜିଲ୍ଲାର ଅବକାରୀ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।କମିଟି ସଦସ୍ୟମାନେ ଓଏସ୍‌ବିସି ଭଣ୍ଡାର ଘର, ଯୁବିଲି ବଟଲର ପ୍ରାଇଭେଟ୍ ଲିମିଟେଡ୍, ୟୁନାଇଟେଡ୍ ବ୍ରିଓରିଜ୍ ଏବଂ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଖୋରଧା ଓ ଭୁବନେଶ୍ୱର ଅବକାରୀ ଜିଲ୍ଲାର କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ବୈଠକରେ ନିଶାମୁକ୍ତ ଖୋରଧା ଗଠନ, ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି, ବେଆଇନ ନିଶା କାରବାର ବିରୋଧରେ କଡ଼ା ଚଢ଼ାଉ, ଅବକାରୀ ବିଭାଗର ଭିତ୍ତିଭୂମି ସୁଦୃଢ଼ୀକରଣ, କର୍ମଚାରୀ ସଂଖ୍ୟା ବୃଦ୍ଧି ଏବଂ ଜବତ ଯାନବାହନର ଶୀଘ୍ର ଅପସାରଣ ପାଇଁ ଆଇନଗତ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। ଶେଷରେ କମିଟି ପକ୍ଷରୁ ସରକାରଙ୍କ ‘ନିଶାମୁକ୍ତ ଭାରତ ଅଭିଯାନ’**କୁ ସଫଳ କରିବା ପାଇଁ ପ୍ରଶାସନ, ଜନପ୍ରତିନିଧି ଓ ସାଧାରଣ ଜନତାଙ୍କ ସକ୍ରିୟ ସହଯୋଗ ଆହ୍ୱାନ କରାଯାଇଥିଲା