ଗୌଡନାଳୀ ଗ୍ରାମରେ ପାଲା ଏବଂ ସଂକିର୍ତ୍ତନ୍ୟ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ
Deogarh (ଦେଓଗଡ଼)ରିପୋର୍ଟ:- ନରୋତ୍ତମ ପରିଡ଼ା, ବାରକୋଟAugust 5, 2026104 views

ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ବଳମ ଗ୍ରାମ ପଞ୍ଚାୟତ ର ଗୌଡନାଳି ଗ୍ରାମରେ ଶ୍ରୀମତୀ ସରସ୍ବତୀ କିସାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ମାଁ ବୀଣାପାଣି ସାଂସ୍କୃତିକ ଅନୁଷ୍ଠାନ ଗୌଡନାଳୀ ର ସହଯୋଗ ରେ ଏକ ଦିବସୀୟ ସଂକିର୍ତ୍ତନ୍ୟ ମହୋତ୍ସବ ୨୦୨୬ ଏବଂ ପାଲା ସମ୍ମିଳନୀ -୨୦୨୬ ଅନୁଷ୍ଠିତ ହୋଇଯାଇଛି।
ଏହି ମହୋତ୍ସବରେ ଶ୍ରୀମତୀ ସରସ୍ବତୀ କିସାନ ସଭାପତିତ୍ୱ କରିଥିବା ବେଳେ ଦେବଗଡ଼ ବିଧାନ ସଭା ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ପାଲା କଳାକାର ଏବଂ ସଂକିର୍ତ୍ତନ୍ୟ ଦଳ ମାନଙ୍କୁ ଉତ୍ସାହିତ କରିଥିଲେ।
ପାଲା ସମ୍ମିଳନୀ ରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରସିଦ୍ଧ ପାଲା ଗାୟକ ଓ ଦଳ ମାନେ ଯୋଗ ଦେଇ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିବେଶ ସୃଷ୍ଟି କରିଥିଲେ। ପାଲା ଗାୟକ ଙ୍କ ମଧ୍ୟରେ କୁମୁଦିନୀ ପଟେଲ (କୁଚିଣ୍ଡା ଖଣ୍ଡକଟା), ନଳିନୀ ଦାସ, ବିଶାଖା ପଟେଲ, ଶାନ୍ତି ନାଏକ (ଝାରସୁଗୁଡ଼ା), ବାସନ୍ତୀ ନାଏକ (କୁଚିଣ୍ଡା), କ୍ଷୀରୋଦ ବାଗ୍ (ସମ୍ବଲପୁର), ଯଶୋବନ୍ତ ଖଡିରତ୍ନ (କେସନପୁର), ସ୍ନେହଲତା ବେହେରା, ସଂଯୁକ୍ତା ପ୍ରଧାନ,ଟଙ୍କଧର ଖଡିରତ୍ନ, ଓ ରମେଶ ମିଶ୍ର ବଳମ) ପ୍ରମୁଖ ଅତି ଚିତ୍ତାକର୍ଷକ କଳା ପରିବେଷଣ କରିଥିଲେ ।
ସଙ୍କିର୍ତ୍ତନ୍ୟ ମହୋତ୍ସବ ରେ ଶ୍ରୀରାଧା ଗୋବିନ୍ଦ ସଂକିର୍ତ୍ତନ ମଣ୍ଡଳୀ (ନୁଆଗାଁ), ଓଁ କେଶବାୟୋ ସଂକିର୍ତ୍ତନ ମଣ୍ଡଳୀ (ରେଙ୍ଗାଳବାହାଳ), ଶ୍ରୀ ରାଧାକୃଷ୍ଣ ସଂକିର୍ତ୍ତନ ମଣ୍ଡଳୀ (ମନୋହରପୁର ), ରାଧା ଗୋବିନ୍ଦ ସଂକିର୍ତ୍ତନ ମଣ୍ଡଳୀ (ଗୌଡନାଳୀ) ଆଦି ସଂକୀର୍ତ୍ତନ ମଣ୍ଡଳୀ ଗୁଡିକ ଯୋଗଦାନ କରି ଅତି ଉଚ୍ଚକୋଟୀର ସଂକିର୍ତ୍ତନ୍ୟ ପରିବେଷଣ କରି ରୁଣ୍ଡିଭୁତ ଶ୍ରଦ୍ଧାଳୁ ଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।
ଏହି ମହୋତ୍ସବରେ ଗୌଡନାଳୀ ଗ୍ରାମର ଆଖପାଖ ଗ୍ରାମ ଯଥା - ପୋଇପାଣୀ, ନୂଆଗାଁ , ରେଙ୍ଗାଳବାହାଳ, ଶିମିଳିନାଳୀ, ନଳବନ୍ଧ, ବଳମ , କଣ୍ଢଳ , ଗୌଡସୁଗୁଡା , ଅସନନାଳି ଆଦି ଗ୍ରାମରୁ ବହୁମାତ୍ରାରେ ଦର୍ଶକ ଉପସ୍ଥିତ ରହି ହରିବୋଲ ହୁଳହୁଳି ଶବ୍ଦରେ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି ମହୋତ୍ସବଟି ଦିବା ୩.୦୦ ଘଟିକାରୁ ଆରମ୍ଭ ହୋଇ ରାତି ୧୨.୦୦ ଘଟିକା ପର୍ଯ୍ୟନ୍ତ ଜାରି ରହିଥିଲା । ସନ୍ଧ୍ୟା ୮.୦୦ ଘଟିକାରେ ସମସ୍ତ କଳାକାର ଏବଂ ଦର୍ଶକଙ୍କ ପାଇଁ ଭୋଜନ ର ବ୍ୟବସ୍ଥା କରାଯାଇଥିଲା ।
ସର୍ବ ଶେଷରେ ଶ୍ରୀଯୁକ୍ତ ବିଦ୍ୟାଧର ଉଦାବର ଙ୍କ ଆହ୍ବାନ କ୍ରମେ ଏହି ମହୋତ୍ସବ କୁ ଉଦ୍ ଯାପନ କରିଥିଲେ ।


