ବନ୍ୟା କ୍ଷୟକ୍ଷତି ନେଇ ପିସିସି ସଭାପତିଙ୍କୁ ସାକ୍ଷାତ କଲେ ଯାଜପୁରର କଂଗ୍ରେସ ନେତୃବୃନ୍ଦ
Jajpur (ଯାଜପୁର)ରିପୋର୍ଟର: ଅନିଲ କୁମାର ଜେନାAugust 5, 202623 views

ଯାଜପୁର ନିର୍ବାଚନ ମଣ୍ଡଳୀରେ ସମ୍ପ୍ରତି ବନ୍ୟା ଯୋଗୁଁ ହୋଇଥିବା ବ୍ୟାପକ କ୍ଷୟକ୍ଷତି ସମ୍ପର୍କରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କୁ ଭେଟି ଆଲୋଚନା କରିଛନ୍ତି ଯାଜପୁରର ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ କୁମାର ନନ୍ଦ ଏବଂ ଜିଲ୍ଲା କଂଗ୍ରେସ ପ୍ରବକ୍ତା ସାଗର ରଞ୍ଜନ ପରିଡା।
ଭୁବନେଶ୍ୱରସ୍ଥିତ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାକ୍ଷାତକାର ସମୟରେ ଶ୍ରୀ ନନ୍ଦ ଏକ ସ୍ମାରକପତ୍ର ପ୍ରଦାନ କରି ଯାଜପୁର ଅଞ୍ଚଳର ବନ୍ୟା ପରିସ୍ଥିତି, ଲୋକଙ୍କ ଦୁର୍ଦ୍ଦଶା ଏବଂ ଚାଷଜମି, ଘରବାଡ଼ି ସହ ବିଭିନ୍ନ କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଅବଗତ କରାଇଥିଲେ।
ସେହିପରି, ବନ୍ୟା ଦୁର୍ଗତଙ୍କ ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଯଥାସମ୍ଭବ ସହାୟତା ଏବଂ ରିଲିଫ୍ ବ୍ୟବସ୍ଥା କରିବାକୁ ନିବେଦନ କରାଯାଇଥିଲା। ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ପ୍ରତିନିଧିମଣ୍ଡଳୀଙ୍କ କଥା ଧ୍ୟାନର ସହ ଶୁଣି ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କ ପ୍ରତି ସହଯୋଗ ଓ ସମବେଦନା ପ୍ରକାଶ କରିଥିବା ଜଣାପଡ଼ିଛି।
ଯାଜପୁର ଜିଲ୍ଲାର ବନ୍ୟା ପୀଡ଼ିତ ଲୋକଙ୍କ ସମସ୍ୟାକୁ ରାଜ୍ୟସ୍ତରରେ ଉପସ୍ଥାପନ କରିବା ସହ ସେମାନଙ୍କ ପାଇଁ ଆବଶ୍ୟକ ସହାୟତା ଯୋଗାଇବାକୁ କଂଗ୍ରେସ ନେତୃବୃନ୍ଦ ଦାବି କରିଛନ୍ତି।
