--:--:--
-- ---
Srishti News

ବାଲୁଙ୍କେଶ୍ୱର ଶିବ ମନ୍ଦିର ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବିରେ ଜଟଣୀରେ ୬ ଘଣ୍ଟିଆ ବନ୍ଦ

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାAugust 4, 202634 views
ବାଲୁଙ୍କେଶ୍ୱର ଶିବ ମନ୍ଦିର ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବିରେ ଜଟଣୀରେ ୬ ଘଣ୍ଟିଆ ବନ୍ଦ
ଖୋର୍ଦ୍ଧା: ବାଲୁଙ୍କେଶ୍ୱର ଶିବ ମନ୍ଦିର ନିକଟରେ ଥିବା ନୂତନ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଦାବିରେ ବିଶ୍ୱ ହିନ୍ଦୁ ପରିଷଦର ଜଟଣୀ ମଣ୍ଡଳ ପକ୍ଷରୁ ଆଜି ସୀତାରାମ ଛକରେ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।ସଂଗଠନର କହିବା ଅନୁଯାୟୀ, ଧାର୍ମିକ ସ୍ଥାନ ନିକଟରେ ମଦ ଦୋକାନ ରହିବା ଫଳରେ ଭକ୍ତ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଉଛି। ତେଣୁ ମଦ ଦୋକାନକୁ ଶୀଘ୍ର ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସେମାନେ ଦାବି କରିଛନ୍ତି। ଏହି ଦାବିକୁ ନେଇ ସୀତାରାମ ଛକରେ ବନ୍ଦ ପାଳନ ସହ ପ୍ରତିବାଦ କରାଯାଉଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।