--:--:--
-- ---
Srishti News

କୁହୁଡ଼ି ସେକ୍ଟରର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରରେ ପାଳିତ ହେଉଛି ବିଶ୍ୱ ସ୍ତନ୍ୟପାନ ସପ୍ତାହ

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରୟଙ୍କା ମହାପାତ୍ର, ଖୋର୍ଦ୍ଧାAugust 4, 202653 views
କୁହୁଡ଼ି ସେକ୍ଟରର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରରେ ପାଳିତ ହେଉଛି ବିଶ୍ୱ ସ୍ତନ୍ୟପାନ ସପ୍ତାହ
ଖୋର୍ଦ୍ଧା: ସାରା ବିଶ୍ୱରେ ଅଗଷ୍ଟ ୧ରୁ ୭ ତାରିଖ ପର୍ଯ୍ୟନ୍ତ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଉଥିବା ବେଳେ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧୀନ କୁହୁଡ଼ି ସେକ୍ଟରର ୨୬ଟି ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟ ପର୍ଯ୍ୟାୟକ୍ରମେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେଉଛି। କୁହୁଡ଼ି ସେକ୍ଟର ପରିଦର୍ଶିକା ବିନୀତା ମଞ୍ଜରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗର ଡାକ୍ତର, ଏଏନଏମ୍ ଏବଂ ପୁରୁଷ ସ୍ୱାସ୍ଥ୍ୟ କର୍ମୀମାନେ ଯୋଗଦେଇ ଗର୍ଭବତୀ ମହିଳା, ପ୍ରସୂତି ମା', କିଶୋରୀ ବାଳିକା ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ସ୍ତନ୍ୟପାନର ଗୁରୁତ୍ୱ ସମ୍ପର୍କରେ ସଚେତନ କରୁଛନ୍ତି।ବିଶେଷକରି ଶିଶୁ ଜନ୍ମ ପରଠାରୁ ପ୍ରଥମ ୬ ମାସ ପର୍ଯ୍ୟନ୍ତ କେବଳ ମା' କ୍ଷୀର ପ୍ରଦାନ କରିବାର ଆବଶ୍ୟକତା, ସ୍ତନ୍ୟପାନ ଦ୍ୱାରା ଶିଶୁର ସୁସ୍ଥ ବିକାଶ ସହ ମା'ଙ୍କ ସ୍ତନ କର୍କଟର ଝୁମକ କମିଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଅବଗତ କରାଉଛନ୍ତି।ଏଥିସହ ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରରେ ଅଙ୍ଗନବାଡ଼ି କର୍ମୀ, ସହାୟିକା ଓ ସ୍ଥାନୀୟ ଅଭିଭାବକଙ୍କ ସହଯୋଗରେ ସଚେତନତା ରାଲି ଏବଂ ଫ୍ଲାକାର୍ଡ ପ୍ରଦର୍ଶନ କରାଯାଇ ସ୍ତନ୍ୟପାନ ସମ୍ପର୍କିତ ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଯାଉଛି।ଏଭଳି ଜନସଚେତନତାମୂଳକ କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳବାସୀ ବେଶ ପ୍ରଶଂସା କରିଛନ୍ତି।